ଜୁଆର

ଉଇକିଅଭିଧାନ‌ରୁ

ଜୁଆର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଭଟ୍ଟା—ବିପରୀତ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳବାର)[ସମ୍ପାଦନା]

୧. ସମୁଦ୍ରର ଜଳବୃଦ୍ଧି ବା ଜଳ— ସ୍ଫୀତି; ସମୁଦ୍ରର ଜଳୋଚ୍ଛାସ — ୧. Flowtide; floodtide.
୨. ସମୁଦ୍ରର ଜଳସ୍ଫୀତି ଯୋଗୁଁ ନଦୀର ଉଜାଣି ପ୍ରବାହ ବୃଦ୍ଧି —୨. Flowtide entering a river.
୩. ପାଣି ବଢ଼ି —୩. Flood or flow of water.

[ଦ୍ରଷ୍ଟବ୍ୟ —ସମୁଦ୍ରର ଜଳ ତିଥି ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ଫୁଲି ଉଠେ ଓ ଖସି ପଡେ ପୂର୍ଣ୍ଣମା ଓ ଅମାବାସ୍ୟାର ପୃର୍ଣ୍ଣ ଜୁଆରକୁ ଉଠିଆ ଜୁଆର (Flowtide) ଓ ପକ୍ଷର ମଝିର (ସପ୍ତମୀ ଓ ଅଷ୍ଟମୀର) ସାମାନ୍ୟ ଜୁଆରକୁ ପଡିଆଜୁଆର (Ebbtide) କୁହାଯାଏ ପଣ୍ଡିତ ମାନେ ସ୍ଥିର କରି ଅଛନ୍ତି ଯେ ଚନ୍ଦ୍ରଙ୍କ ହ୍ରାସବୃଦ୍ଧି ସଙ୍ଗେ ସମୁଦ୍ରର ଜୁଆରର ସଂପର୍କ ଅଛି, ଏମନ୍ତ କି, ଜଳରାଶିର ମଧ୍ୟ ସଂପର୍କ ଅଛି ମନୁଷ୍ୟ ଦେହରେ ଥିବା ଜଳ ବା ରସ ମଧ୍ୟ ଚନ୍ଦ୍ରଙ୍କ ହ୍ରାସବୃଦ୍ଧିଦ୍ୱାରା ନିୟନ୍ତ୍ରିତ ହୁଏ ଓ ଅମାବାସ୍ୟା, ପୂର୍ଣ୍ଣିମା ଆଦିରେ ମନୁଷ୍ୟ ଦେହରେ ରସାଧିକ୍ୟ ହୋଇ ବାତଜ୍ୱର ଓ ରକ୍ତପଡା ଆଦି ହୁଏ; ଏଥିପାଇଁ ହିନ୍ଦୁମାନେ ନିଶାପାଳନର ବ୍ୟବସ୍ଥା କରିଥିବାର ଅନୁମିତ ହୁଏ]

୪. (ସଂସ୍କୃତ - ଯାବାନଳ) ବାଜରା ଶସ୍ୟ; ଭଟ୍ଟା; ଧାନ୍ୟାଦି ବର୍ଗର କୃଷିଜାତ ଶସ୍ୟବିଶେଷ —୪. Indian or great millet; Sorghum Vulgare.

[ଦ୍ରଷ୍ଟବ୍ୟ —ଏ ଗଛ ଆଖୁ ପରି ବଢେ, ଏଥିର ନଡ଼ା ଶକ୍ତ ଓ ସିଦ୍ଧା; ପେଣ୍ଡା ପେଣ୍ଡା ହୋଇ ଅଗରେ କେଣ୍ଡାମାନ ଧରେ ଭାରତର ଉତ୍ତର—ପଶ୍ଚିମ ପ୍ରଦେଶମାନଙ୍କରେ, ପଞ୍ଜାବ, ବୋମ୍ୱାଇ ଓ ମାନ୍ଦ୍ରାଜ, ଅଞ୍ଚଳରେ ଏହାର ଚାଷ ହୁଏ ଏହା ସେ ଅଞ୍ଚଳରେ ମନୁଷ୍ୟମାନଙ୍କର ଗୋଟିଏ ପ୍ରଧାନ ଖାଦ୍ୟ ଏହା ବର୍ଷା ଓ ଶୀତ ଋତୁରେ ଫଳେ]

୫. (ସଂସ୍କୃତ - ଦ୍ୟୁତ) ଜୁଆରି; ଜୁଆ ଖେଳାଳି — ୫. Gamester; gambler.