ଜୁଆଳି

ଉଇକିଅଭିଧାନ‌ରୁ

ଜୁଆଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁଗ)[ସମ୍ପାଦନା]

୧. ରଥ, ଲଙ୍ଗଳ ଓ ଶଗଡ଼ର ଯେଉଁ ଦଣ୍ଡ ବଳଦ ବା ଘୋଡ଼ାଙ୍କ କାନ୍ଧରେ ରହେ — ୧. Yoke of a cart or plough.

ଉତ୍ତର ମଧ୍ୟ ସେହି ଶଙ୍ଗରଡ଼ି ଟାଣେ, ଧରି ଘୋଡ଼ା ଜୁଆରୀ ଝୁମି ଗଲେ କ୍ଷଣେ କୃଷ୍ଣସିଂହ, ମହାଭାରତ, ବିରାଟ

[ଦ୍ରଷ୍ଟବ୍ୟ —ଶ୚ଡ଼ର ଜୁଆଳିର ଦୁଇ ମୁଣ୍ଡରେ କଣା ହୋଇ ଯେଉଁ ହୁଗୁଳା କାଠ ଖିଲ ଦୁଇଖଣ୍ଡି ସେ କଣାରେ ଗଳା ଯାଇ ବଳଦଙ୍କ କାନ୍ଧକୁ ଅଟକା ଯାଏ ତାକୁ ବାକୁଲି କହନ୍ତି

ଲଙ୍ଗଳର ଜୁଆଳିର ଦୁଇ ମୁଣ୍ଡରେ ତଳଆଡୁ ଯେଉଁ ଖିଲ ଦୁଇ ଖଣ୍ଡ ସ୍ଥାୟୀରୂପେ ସଂଯୁକ୍ତ ହୋଇଥାଏ ଓ ଯହିଁରେ ଖାଡ଼ିଯୋତ ଗଳାଯାଇ ବଳଦଙ୍କ ବେକ ବନ୍ଧା ହୁଏ ତାକୁ 'ଶ୍ଳୋଓଳ' 'ଶଅଳ' ଓ ଯାଜପୁର ଅ଼ଞ୍ଚଳରେ 'ଶଇଳ' (ସଂସ୍କୃତ - ଶଲ୍ୟ) ଏବଂ ଗଞ୍ଜାମରେ 'ଜୁଆଳିକିଳା' ବୋଲାଯାଏ

ଜୁଆଳି ମଝିରେ ଲଙ୍ଗଳର ଈଶକୁ ଅଟକାଇବା ପାଇଁ ଥିବା ଫାଶଦିଆ ଛୋଟ ଦଉଡିକୁ 'ଆନ୍ଧ' ବା 'ଆନ୍ଧ ଜୋତ' ବୋଲା ଯାଏ ଓ ଯେଉଁ ବଡ ଦଉଡାରେ ଈଶ ଜୁଆଳି ସଙ୍ଗେ ଭିଡ଼ା ହୋଇ ବନ୍ଧା ଯାଏ ତାକୁ ଲଙ୍ଗଳ ଦଉଡା କହନ୍ତି]

୨. (ଲକ୍ଷଣାର୍ଥ) ମନୁଷ୍ୟର କୌଣସି ବନ୍ଧନ — ୨. (figurative) Any tie with which a person is bound down.