ଜୈନ ଧର୍ମ

ଉଇକିଅଭିଧାନ‌ରୁ

ଜୈନ ଧର୍ମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଜିନ ବା ଋଷଭଙ୍କ କର୍ତ୍ତୃକ ପ୍ରବର୍ତ୍ତିତ ଧର୍ମ — The J&aline;i̱na religion (akin to Buddhaism).

[ଦ୍ରଷ୍ଟବ୍ୟ —ଏହା ବୌଦ୍ଧଧର୍ମର ରୁପାନ୍ତର ବା ସଂପ୍ରଦାୟବିଶେଷ ବୋଲି କେହି କେହି ଅନୁମାନ କରନ୍ତି ଜୈନମାନେ ୩ଶାଖାରେ ବିଭକ୍ତ; ଯଥା—ଦିଗମ୍ୱର, ଶ୍ୱତାମ୍ୱର ଓ ସ୍ଥାନକବାସୀ ଜୈନ ଧର୍ମଗ୍ରନ୍ଥ କଳ୍ପସୂତ୍ର ଓ ଆଗମ ଏହା ଦୁଇ ପ୍ରଧାନ ଭାଗରେ ବିଭକ୍ତ ଏମାନଙ୍କର ପୂଜିତ ଦେବତା ଠିଆ ଉଲଘ୍ନ ମୂର୍ତ୍ତି ଅହିଂସା ଓ ଜୀବରେ ଦୟା ଏ ଧର୍ମର ପ୍ରଧାନ ଶିକ୍ଷା; ଜୈନଧର୍ମ ବହୁ ପ୍ରାଚୀନ ଧର୍ମ ଥିବାର ଅନୁମିତ ହୁଏ ବୁଦ୍ଧଦେବଙ୍କ ଜନ୍ମ ପୂର୍ବରୁ ଯେଉଁ ପରି ୨୪:ଟି ବୁଦ୍ଧାବତାର ହୋଇଥିଲା ସେହି ଜୈନମାନଙ୍କ ଅନ୍ତିମ ତୀର୍ଥକର ମହାବୀରଙ୍କ (ଯେ ଖ୍ର. ପୂ. ୫୨୭: .ରେ ନିର୍ବାଣପ୍ରାପ୍ତ ହୋଇଥିଲେ, ତାଙ୍କ ପୂର୍ବରୁ୨୪: ଜଣ ତୀର୍ଥଙ୍କର ପୃଥିବୀରେ ଆବିର୍ଭୁତ ହୋଇଥିଲେ ଜୈନମାନେ ସେମାନଙ୍କ ଧର୍ମଶାସ୍ତ୍ରକୁ ଆଗମ ଓ ପୂରାଣ ଆଦିରେ ବିଭକ୍ତ କରିଆଛନ୍ତି ଉଦୟଗିରି ଓ ଜୁନାଗଡରେ ଶିଳାଲିପି ମାନଙ୍କରୁ ପାଶ୍ଚାତ୍ୟ ପଣ୍ଡିତମାନେ ଅନୁମାନ କରନ୍ତି ଯେ ବୌଦ୍ଧଧର୍ମ ପୂର୍ବରୁ ଜୈନଧର୍ମ ଭାରତବର୍ଷରେ ଚଳୁଥିଲା ଜୈନମାନେ ଇଶ୍ୱରଙ୍କୁ ସୃଷ୍ଟିକର୍ତ୍ତା ବୋଲୢ ମାନନ୍ତି ନାହିଁ ଏମାନେ ଜିନ ବା ଅହତଙ୍କୁ ଇଶ୍ୱର ବୋଲି ମାନନ୍ତି,

ତାଙ୍କୁ ଉପାସନା କରନ୍ତି ଓ ତାଙ୍କପାଇଁ ମନ୍ଦିର ତିଆରି କରନ୍ତି ଋଷଭ ଜୈନମାନଙ୍କର ପ୍ରଥମ ତିର୍ଥଙ୍କର ଏହାଙ୍କୁ ହିନ୍ଦୁମାନେ ଭଗବାନଙ୍କ ୨୪: ଅବତାରରୁ ଏକ ବୋଲି ସ୍ୱିକାର କରନ୍ତି ମହାବୀର ତୀର୍ଥଙ୍କରମାନଙ୍କ ଉପଦେଶମାନ ସଂକଳନ କରି ଜୈନ ଧର୍ମଗ୍ରନ୍ଥ ରଚନା କରିଥିଲେ ଦିଗମ୍ୱରମାନେ ଉଲଗ୍ନ ତୀର୍ଥଙ୍କରଙ୍କ ମୂର୍ତ୍ତିକୁ ପୂଜା କରନ୍ତି, ଶ୍ୱେତାମ୍ୱର— ମାନେ କୌପୀନ ପରିହର ମୂର୍ତ୍ତି ପୂଜା କରନ୍ତି ଜୀବ ଆପଣା କର୍ମ ଆନୁସାରେ ସୁଖ ଦୁଃଖ ଭୋଗ କଲେ ବୋଲି ଜୈନମାନଙ୍କ ମତ ହିନ୍ଦୀ - ଶବ୍ଦସାଗର]