ଜୋଡ଼

ଉଇକିଅଭିଧାନ‌ରୁ

ଜୋଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୁଡ଼୍ ଧାତୁ=ବନ୍ଧନ କରିବା)[ସମ୍ପାଦନା]

୧. ମିଳନ; ସମ୍ମିଳନ —୧. Mixing together; union.
୨. ଯୋଡ଼ା; ଯୁଗ୍ମ; ଯୁଗଳ — ୨. A pair.
୩. ଏକତ୍ରାବସ୍ଥିତ ପୁରୁଷ ଓ ସ୍ତ୍ରୀ; ଦମ୍ପତି —୩. Couple.

[ଦ୍ରଷ୍ଟବ୍ୟ —ବିଶେଷତଃ ମନୁଷ୍ୟେତରପ୍ରାଣି ଦମ୍ପତି ପ୍ରତି ଏହା ପ୍ରଯୁଜ୍ୟ]

୪. ଇତର ଜନ୍ତୁମିଥୁନଙ୍କ ସଙ୍ଗମ —୪. Cohabitation or crossing of animals.
୫. ଏକତ୍ର ବ୍ୟବହୃତ ଧୋତି ଚାଦର; ଅଧୋବାସ ଓ ଉତ୍ତରୀୟ — ୫. A pair of cloths (upper and lower).

ଜୋଡ଼ଟିଏ ବୁଣାଗଲା ବାଦ୍ ଶାରିଆ ତାକୁ ଓଳିଏ ଯାଏ ଚଉଚିଲା ଫକୀରମୋହନ. ଛମାଣଆଠଗୁଣ୍ଠ

୬. (ଗଣିତ) ଯୋଗ; ବହୁ ସଂଖ୍ୟାର ମିଶ୍ରଣ — ୬. (mathematies) Addition.
୭. ଦୁଇଟି ପୃଥକ୍ ପଦାର୍ଥ ବା ଅଂଶକୁଏକତ୍ର ଯୋଗକରିବା — ୭. Uniting or joining together of two separate things or parts.
୮. ଦୁଇଟି ପଦାର୍ଥ ବା ଅଂଶଯୁକ୍ତ ହେବା ସ୍ଥାନ — ୮. A joint; the place where two things are joined together; juncture.
୯. (ଶାବରୀ ଭାଷା—ଜୋର୍); ବହୁଦୂରବିସୃତ ଜଳାଶୟ — Ditch; a long narrow stretch of water.

ପ୍ରାଦେଶିକ - (ପୁରୀ)[ସମ୍ପାଦନା]

୧. ପାଣିଚି ନଡ଼ିଆ ଓ ଖୁରୁଡ଼ ନଡ଼ିଆର ପରିମାଣ ବିଶେଷ —୧. An aggregate or unit of ୭୨୦ or ୮୬୪ cocoanuts.

[ଦ୍ରଷ୍ଟବ୍ୟ —ପାଣିଚି ନଡ଼ିଆ ୧ ଜୋଡ଼=କା /?/(ନଅପଣ ୭୨: କଡ଼ା); ଖୁରୁଡ଼ନଡ଼ିଆ ୧ ଜୋଡ଼=କା /?/ ୧୬: ଗଣ୍ଡା (ଏଗାର ପଣ ୧୬: ଗଣ୍ଡା=୯୪୪: କଡ଼ା)]

୨. (ସମ୍ୱଲପୁର) ବି—ଛୋଟ ନଦୀ — ୨. Streamlet.

(ବିଜୋଡ଼—ବିପରୀତ)

ଦେଶଜ - ବିଶେଷଣ -[ସମ୍ପାଦନା]

ସମସଂଖ୍ୟକ (ସଂଖ୍ୟା) — Even (number).