ଜୟପୁର

ଉଇକିଅଭିଧାନ‌ରୁ

ଜୟପୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

୧. ରାଜପୁତାନା ଅନ୍ତର୍ଗତ ରାଜ୍ୟବିଶେଷ — ୧. A state in Rājputānā (N.W. India).

[ଦ୍ରଷ୍ଟବ୍ୟ —ଏହି ରାଜ୍ୟ ଅମ୍ୱରରାଜ ଜୟସିଂହଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଓ ଏହା ଶଙ୍ଖମର୍ମର ପ୍ରସ୍ତର ନିମିତ୍ତ ପ୍ରସିଦ୍ଧ ]

୨. ବିଶାଖାପଟଣା ଜିଲା ଅନ୍ତର୍ଗତ ଜମିଦାରୀ—ରାଜ୍ୟବିଶେଷ (ସାଧାରଣତଃ ଏହାକୁ ଝାଡ଼ ଜୟପୁର ବୋଲାଯାଏ) — ୨. An estate in the Vizagapatam district of the Madras Presidency.

[ଦ୍ରଷ୍ଟବ୍ୟ —ଏହାର ରାଜଧାନୀ ଜୟପୁର ପ୍ରାଚୀନ କାଳରେ ଜୟ— ପୁର ଗଡ଼ଠାରୁ ୨୨୨: ମାଇଲ ଦୂରରେ ଅବସ୍ଥିତ ନନ୍ଦପୁର

ଏହାର ରାଜଧାନୀ ଥିଲା ଜୟପୁର ମହାରାଜଙ୍କର ଗୋଟିଏ ଉପାଧି 'ନନ୍ଦପୁର ଭୂପତି' ଓ ଅପରଟି 'ଝାଡଖଣ୍ଡ ବାଦସା' ଜୟପୁରରେ ପୂର୍ବେ ଖ୍ରୀଷ୍ଟୀୟ ୬ଷ୍ଠ ଓ ୭ମ ଶତାବ୍ଦୀରେ ଶବର ରାଜା ଥିଲେ ବର୍ତ୍ତମାନ ଜୟପୁରର କୋଠପାତ ନାମକ ସ୍ଥାନର ଭୂଗର୍ଭରୁ ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀର ରୋମ ସମ୍ରାଟ Augustus Cæser (ଅଗଷ୍ଟସ କାଇଜର୍) ଓ ପୋପ୍ Maximus Pimsଙ୍କ ଅମଳର ରୌପ୍ୟ ମୁଦ୍ରା ମିଳୁଅଛି ବର୍ତ୍ତମାନ ଜୟପୁର ରାଜବଂଶର ପ୍ରତିଷ୍ଠାତା ବିନାୟକ ଦେବ ନନ୍ଦପୁରର ଶେଷ ରାଜାଙ୍କର ଏକମାତ୍ର କନ୍ୟାକୁ ବିବାହ କରି ୧୪୪୩: ଖ୍ରୀଷ୍ଟାବ୍ଦରେ ନନ୍ଦପୁର ସିଂହାସନ ଆରୋହଣ କରିଥିଲେ; ତହିଁ ପୂର୍ବେ ଶିଳାବଂଶର ବତ୍ସରାଜ ନନ୍ଦପୁରର ରାଜା ଥିଲେ ଶିଳାବଂଶୋଦ୍ଭବ ମତ୍ସ୍ୟବଂଶ ସଙ୍ଗେ କଳିଙ୍ଗର ଗଙ୍ଗବଂଶର ବୈବାହିକ ସମ୍ୱନ୍ଧ ଥିଲା ଜୟପୁର ରାଜ୍ୟରେ ଅନେକ ଜୈନ କୀର୍ତ୍ତି ଅଛି ଜୟପୁରର ଅଧିବାସୀ ପ୍ରଧାନ ଜାତି 'ପୋରଜା' (ସଂସ୍କୃତ - ପ୍ରଜା) ଓ଼ 'ଖାଦବା' ଓଡ଼ିଆଭାଷୀ ଜୟପୁର ପ୍ରାଚୀନ କଳିଙ୍ଗର ଗୋଟିଏ ଅଂଶ ଥିଲା ]