ଝଡ଼
ଦେଖଣା
ଝଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଟ ଧାତୁ=ଗଦା କରିବା)
[ସମ୍ପାଦନା]- ୧. ବାତ୍ୟା; ତୋଫାନ; ଝଞ୍ଜାବାତ — ୧. Highwind; storm; tempest.
- ୨. ଅବିଶ୍ରାନ୍ତ ବୃଷ୍ଟି ସହ ପ୍ରବଳ ବାତ୍ୟା — ୨. Continuous wind and rain.
ଝଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଟ ଧାତୁ=ଗଦା କରିବା, ଓଳାଇବା; ଝାଟ =ସମ୍ମାର୍ଜନ)
[ସମ୍ପାଦନା]- ୧. ଦେହ ଝାଡ଼ିଝୁଡ଼ି ହେବା —୧. Shaking off lethargy from the limbs by whisking.
- ୨. ଝଡ଼ିବା — ୨. Shedding; falling (e.g. off leaves).
- ୩. ଲୁଗା ଆଦିରୁ ଧୂଳି ଝାଡ଼ିବା — ୩. To beat or shake off the dust-from clothes etc.
- ୪. ଝାଡ଼ିବା; ଛାଞ୍ଚୁଣୀଦ୍ୱାରା ପରିଷ୍କାର କରିବା; ସମ୍ମାର୍ଜନ କରିବା — ୪. Sweepinhg; cleansing with broomstick.
- ୫. ମନୁଷ୍ୟର ଦେହରେ ସଂଚାଳନ — ୫. Shaking of one's limbs.
- ୬. ମନ୍ତ୍ରାଦିଦ୍ୱାରା ମନୁଷ୍ୟଠାରୁ ଭୂତପ୍ରେତାଦି ବା ରୋଗ ଛଡ଼ାଇବା; ମନ୍ତ୍ରାଦିଦ୍ୱାରା ମାର୍ଜ୍ଜନ — ୬. Exorcism; dispelling of evel spirits or sickness from a person by conjuration.
- ୭. ଏକ ପ୍ରକାର ପିଠା ବା ମିଷ୍ଟାନ୍ନ — ୭. A kind of cake or aweetmeat.
- ୮. ଝରା; ପୁଲତୋଡ଼ା —୮. Nosegay; bouquet.
ନିର୍ମଳ କପୋଳେ ରଖିଲେ ଅଳକା ବଳି ମଳିକଢ଼ି ଝଡ଼ା ଗୋ ପ୍ରାଚୀ, ରହସ୍ୟମଞ୍ଜରୀ
- ୯. ତୀବ୍ର ଗାଳି; ଗାଳିମନ୍ଦ; ସୋଧା; ସୋଧନ — ୯. A shower of rebuke.
- ୧. ସମାର୍ଜ୍ଜିତ ଅଳିଆ —୧୦. Refuse; sweepings.
- ୧୧. ପରଷ୍କାରକରଣ; ଆବର୍ଜନାର ଦୂରୀକରଣ — ୧୧. Clearance.
- ୧୨. ଗଛରୁ ଝଡ଼ିବା ଫଳ ପୁଷ୍ପ ଆଦି — ୧୨. Fruits etc. fallen down from trees.
- ୧୩. ଝଣ୍ଡା; ପତାକା — ୧୩. Flagstaff (Howells).
- ୧୪. ନଡ଼ିଆ ଗଛରୁ ବର୍ଷକେ ଥରେ ବାହୁଙ୍ଗା ଝାଡ଼ିବା କର୍ମ — ୧୪. Act of clearing dry branches etc. from cocoanut trees.
- ୧୫. (କଚିରିଆ ଭାଷା) କୌଣସି ଘର ତଲାସି କରିବାକୁ ଯିବା ସରକାରୀ କର୍ମଚାରୀ ଓ ସାକ୍ଷୀମାନେ ଘର ଭିତରକୁ ପଶିବା ପୂର୍ବରୁ ସେମାନଙ୍କ ଲୁଗାପଟା ଭିତରେ କୌଣସି ଜିନିଷ ଲୁଚାଇ ରଖି ନାହାନ୍ତି, ଏହା ପ୍ରମାଣିତ କରିବା ପାଇଁ ନିଜନିଜର ଲୁଗାପଟାକୁ ଲେଉଟପାଉଟ କରି ଦେଖାଇବା କର୍ମ — ୧୫. Submitting one's self to a careful search before beginning a house-search.
- ୧୬. ବାଳୁଙ୍ଗା ଧାନ, ଯାହାର ଗଛ ଧାନକ୍ଷେତରେ ଧାନ ଗଛ ସଙ୍ଗେ ଉଠିଥାଏ —୧୬. Paddy of self-grown plants which come out in a paddy field.
ଦେଶଜ - ବିଶେଷଣ -
[ସମ୍ପାଦନା]ଯାହା ଝଡ଼ି ପଡ଼ିଥାଏ —That which has dropped to the ground.
- ୧୬. (କଚେରିଆ ଭାଷା)—ସନ୍ଦେହୀ ବ୍ୟକ୍ତି ବା ଜେଲଖାନାକୁ ନିଆ ଯାଉଥିବା ବନ୍ଦୀ ଆପଣା ଲୁଗାପଟା ମଧ୍ୟରେ କିଛି ଜିନିସ ଲୁଚାଇ ରଖି ନାହିଁ, ଏହା ଦେଖିବା ପାଇଁ ସେ ବ୍ୟକ୍ତିର ଲୁଗାପଟା ଝଡ଼ାଝଡ଼ିକରି ଦେଖିବା; ଦେହ ତଲାସୀ —୧୬. Search a convict's cloths and person before he is admitted into jail to see if he has not secreted any thing.
- ୧୭. ତଳକୁ ଝଡ଼ି ପଡ଼ିଥିବା ପଦାର୍ଥ ବା ଅଂଶ — ୧୭. Dropping; things which have dropped down.
ଦ. ବିଶେଷଣ -
[ସମ୍ପାଦନା]- ୧. ସମାର୍ଜିତ — ୧. Well swept.
- ୨. ଗଛରୁ ଝଡ଼ିଥିବା —୨. Shed or dropped from trees.
(ଯଥା—ଅକାଳ ଝଡ଼ା ଫଳ)
- ୩. ଯହିଁରୁ ମାଛ କଣ୍ଟା ଆଦି କଢ଼ା ହୋଇଥାଏ — ୩. (curry) From which coarse matters and bones have been taken out.
(ଯଥା, ଝଡ଼ା ମହୁର)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଝରା; ଆଦିମ ଜାତିବିଶେଷ — A race of aborigines.