ଝଣଝଣ

ଉଇକିଅଭିଧାନ‌ରୁ

ଝଣଝଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଝଣଝଣ, ଝଣଝଣା, ଝଣଝଣିଅନ୍ୟରୂପ

ଦେଶଜ - ଅ. (ଧ୍ୱନ୍ୟନୂକରଣ; ସଂସ୍କୃତ - ଝନତ୍, ଝଣତ୍)[ସମ୍ପାଦନା]

୧. ଶିମ୍ୱ ଜାତୀୟ ଛୁଇଁ ଶୁଖି ଗଲେ ତା ଭିତରେ ଥିବା ମଞ୍ଜିର ବାଜିବା ଶବ୍ଦ — ୧. Rattling sound (heard in dry pods of flax or bean).
୨. ଧାତୁଖଣ୍ଡାଦିରେ ପରସ୍ପର ଆଘାତପ୍ରତିଘାତର ଶବ୍ଦ; ଟାଣ ଭୂମିରେ ବା ପଥରରେ ଟଙ୍କା ବା ଧାତୁଖଣ୍ଡ ବାଜିବାର ଶବ୍ଦ; ଝଣତ୍କାର — ୨. Metallic clang; bang; ringing sound.

[ଦ୍ରଷ୍ଟବ୍ୟ —ଝୁଣ ଝୁଣ=ଅଳଙ୍କାରାଦିର ମୃଦୁ— ମଧୁର ଶବ୍ଦ, ଝଣ ଝଣ ଅପେକ୍ଷା ଅନୁଚ୍ଚ]

୩. ଝଣଝଣ ଶବ୍ଦ ପୂର୍ବକ (ନଗଦ ବହୁ ଟଙ୍କା ଗଣିବା) — ୩. (to count cash) With clanging sound

(ଯଥା—ସେ ବର୍ତ୍ତମାନ ଖୁବ ବଡ଼ଲୋକ ହେଲାଣି, ପାଞ୍ଚ ହଜାର ଟଙ୍କା ଝଣଝଣ ଗଣି ଦେବ)