ଝରଝର

ଉଇକିଅଭିଧାନ‌ରୁ

ଝରଝର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

ପାଣିଧାର ତଳକୁ ବହିବାର ଶବ୍ଦ; ଝରଣାର ଜଳପତନ ଶବ୍ଦ —Sound of water flowing down (e.g. a spring).

ସର୍ବଦା ଶବଦ ଶୁଭିଲା ଝରଝର ତାହା ଶୁଣି ବିରହୀ ହୋଇଲେ କାତର କୃଷ୍ଣସିଂହ. ମହାଭାରତ, ବନ

ଦେଶଜ - ବିଶେଷଣ -[ସମ୍ପାଦନା]

ବିଶେଷ ପରିମାଣରେ ପଡ଼ୁଥିବା (ଜଳୀୟପଦାର୍ଥ) — Falling in copious torrents (liquid).

ଦିନେ କୁତୁକର କରକାକୁଆଶେ ବରବରନୀ ମୋ ତିନ୍ତି ବୃଷ୍ଟି ଝରଝର ଭଞ୍ଜ. ପ୍ରେମସୁଧାନିଧି

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ଝରିବା ପ୍ରକାରେ; ଅବିରତ ପ୍ରବାହରେ — In copious torrents (said of liquid flowing down); copiously.

ଝରଝର ଲୋତକଧାରା ନୟନୁ ଝରି ତିନ୍ତିଲା ବକ୍ଷ ଚିନ୍ତିଲା ଧନୁ ମଧୁସୂଦନ. ସୀତାବନବାସ