ଝଲକ
ଦେଖଣା
ଝଲକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱଳକ; ସଂସ୍କୃତ - ଝଲ୍ଲିକା=ଦୀପ୍ତି; ହିନ୍ଦୀ - ଶବ୍ଦସାଗର)
- ୧. ଆଲୋକର ଚମକ ବା କ୍ଷଣସ୍ଥାୟୀ ସଭା — ୧. Flash of light.
- ୨. ତେଜଃ; ଦୀପ୍ତି — ୨. Lustre; glamour; radiance.
- ୩. ସୌନ୍ଦର୍ଯ୍ୟ; କାନ୍ତି —୩. Grace; beauty.
ତହିଁ ପାଖରେ ସୁନା ଦୁବର ଝଲକ କୃଷ୍ଣସିଂହ. ମହାଭାରତ. ବନ
- ୪. ଅଗ୍ନିଶିଖା —୪. Flame of fire.
- ୫. (ସଂସ୍କୃତ - ଝଲ୍ଲକ) କଂସାର ବାଦ୍ୟ —୫. A musical instrument of bellmetal.
- ୬. ନୋଲକ; ଫାସିଆରେ ଝୁଲୁଥିବା ଗୋଲ ରତ୍ନ ବା ଧାତୁ ଗୋଲକ —୬. A pendant gem.
- ୭. କର୍ଣ୍ଣାଳଙ୍କାରବିଶେଷ —୭. A earring.
ଶ୍ରବଣେ ଭର ମୋ ଝଲକ ଚକ୍ର ଫେରତା ମୁକୁତା ବନ୍ଧ ପ୍ରାଚୀ, ରହସ୍ୟମଞ୍ଜରୀ
- ୮. ଆନ୍ଦୋଳନ —୮. Agitation.
- ୯. ଆଲୋକତରଙ୍ଗ —୯. A wave of light.
- ୧. ପ୍ରତିବିମ୍ୱ —୧୦. Reflected image.
- ୧୧. ତରଙ୍ଗ; ଢେଉ —୧୧. Wave.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପ୍ରତିବିମ୍ୱିତ —୧. Reflected.
- ୨. ଦୀପ୍ତ —୨. Lighted; illuminated.
- ୩. ଝଟକୁଥିବା; ଉଜ୍ୱଳ — ୩. Bright; dazzling.
ପାଟପତନୀ ମଣ୍ଡି ଫେରା, ବସ୍ତ୍ରେ ଝଲକ ଚନ୍ଦ୍ରତାରା ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା