ଝଲକିବା

ଉଇକିଅଭିଧାନ‌ରୁ

ଝଲକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚଳ ଧାତୁ)[ସମ୍ପାଦନା]

୧. ଦୋହଲିବା; ହଲିବା; ଝୁଲିବା —୧. To dangle; to hang to and fro.
୨. ଜଳଆଦି ପାତ୍ରରେ ଚହଲିବା; ଆନ୍ଦୋଳିତ ହେବା —୨. To shake; to be agitated (said lof liquid in a pot)
୩. (ସଂସ୍କୃତ - ଝଲ୍ଲକ) ଝଟକିବା; ଦୀପ୍ତି ପାଇବା — ୩. To glow; to dazzle.

ତହିଁ ଥାଇଁ ଯାହା ଝଲକୁଥିଲା ଗୁଣା, କରୁଥିଲା ଯୁବାଜନଙ୍କ ବୁଦ୍ଧି ବଣା କୃଷ୍ଣସିଂହ. ମହାଭାରତ. ଆଦିପର୍ବ

୪. ପାତ୍ରରେ ଜଳଆଦି ଚହଲିକରି ଇଡ଼ିଯିବା; ଉଚ୍ଛୁଳିବା ପଡ଼ିବା; ଚହଲିବା —୪. To be spilt (said of a liquid running out of a pot by shaking or horizontal agitation).

ଝଲକଇ ଝାଳ ବ୍ୟାଜେ ସୁଧାକରି—କବିସୂର୍ଯ୍ୟ. କବିତା

୫. ଉବ୍ୱିଗ୍ନ ହେବା; (ମନରେ) ଅସ୍ଥିର ବା ଚଞ୍ଚଳ ହେବା — ୫. To be mentally agitated or perturbed.

ଝଲକିଗଲେ କୃଷ୍ଣ ଅକାରଣେ—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଝ ଗୀତ

୬. ଇତସ୍ତତ ହେବା —୬. To waver.
୭. ବିଳସିତ ହେବା; ସ୍ପଷ୍ଟରୂପ ପ୍ରକାଶିତ ହେବା — ୭. To be clearly manifest.

ପିନ୍ଧିଥିବା ଜାମା ନିମାଗୁଡ଼ିକ, ଗୁପତ ଅଙ୍ଗ ଦିଶିଲେ ଝଲକ କବିସୂର୍ଯ୍ୟ. ସଙ୍ଗୀତ