ଝାଇଁଝାଇଁ
ଝାଇଁଝାଇଁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ଅ. (ଧ୍ୱନ୍ୟନୁକରଣ ବା ସଂସ୍କୃତ - ଝଙ୍କାର)[ସମ୍ପାଦନା]
- ୧. ଉପର୍ଯ୍ୟୁପରି ପଦାର୍ଥଦ୍ୱୟର ଆଘାତଜନିତ ଶବ୍ଦ —୧. Sound repeated tinkling or clanking; repeated clanging sound.
(ଯଥା—ଘଣ୍ଟ ବାଜିବାର, ଚାଉଳ ଭାଜିବାର, ଝାଞ୍ଜିବାଜିବାର ଶବ୍ଦ)
- ୨. ଝିଙ୍କାରିମାନଙ୍କର ରାବିବା ଶବ୍ଦ — ୨. The chirping of crickets.
ଝାଇଁ ଝାଇଁ ସ୍ୱନେ ଡାକେ ଝିଙ୍କାରୀ ସୀମାନ୍ତରେ ଦାବାନଳ ସଞ୍ଚର ଗୋଲୋକ. ଇନ୍ଦୂରେଖା
- ୩. ନିଶା ଗର୍ଜିବାର ଶବ୍ଦ —୩. The deep distant sound observed at dead of night.
ସୁଗଭୀର ନିଶିଥିନୀ ଝାଇଁ ଝାଇଁରାବେ ରାଧାନାଥ. ଶ୍ମଶାନ ଦୃଶ୍ୟ
- ୪. ଝିମି ଝିମି; ଝୋଲା ମାରିବାର ଅନୂଭୂତି — ୪. Tingling sensation; a sensation of fainting.
(ଯଥା—ମୋ ଦେହ ଝାଇଁ ଝାଇଁ ହଉଛି)
- ୫. ଭାଁ ଭାଁ; କାନରେ ଉପର୍ଯ୍ୟ୍ଯପରି ଗର୍ଜନାଦି ବାଜିବା ଅନୂଭୂତି —୫. A feeling of tinkling inside the ear.
(ଯଥା—କାନ ଝାଇଁ ଝାଇଁ ହେଲା)