ଝାଡ଼ିବା

ଉଇକିଅଭିଧାନ‌ରୁ

ଝାଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ନ୍ତ୍ରି. (ସଂସ୍କୃତ - ଝଟ୍ ଧାତୁ=ରାଶୀକରଣ; ଝଡ଼ିବାର ଣିଜନ୍ତ— ରୂପ)[ସମ୍ପାଦନା]

୧. କୌଣସି ସ୍ଥାନ ବା ବସ୍ତୁକୁ ସମ୍ମାର୍ଜନୀ—ଦ୍ୱାରା ପରିଷ୍କାର କରିବା; ଓଳାଇବା — ୧. To cleanse a place or thing of dirt; to sweep a place clean.
୨. କୌଣସି ପଦାର୍ଥରୁ (ଯଥା—ଗଛଡ଼ାଳରୁ) ତହିଁର କୌଣସି ଅଂଶ (ଯଥା—ଫଳ)କୁ ପୃଥକ୍ କରିବା ଉଦ୍ଦେଶ୍ୟରେ ଉକ୍ତ ପଦାର୍ଥକୁ କମ୍ପାଇବା — ୨. To lustily shake a thing (e.g. a branch) to separate a part (e.g. the fruits) from it.
୩. କୁଲ୍ଲାରେ ଶସ୍ୟାଦି ପାଛୁଡ଼ିବା — ୩. To winnow corn etc.

ତଣ୍ଡ଼ୂଳ ଆଶେ ଭୁଷ କୁଟି ଝାଡ଼ି ଯେସନେ ପ୍ରାଣୀ ଫୁଟ ଜଗନ୍ନାଥ, ଭାଗବତ

୪. କରତଳଦ୍ୱାରା, ଲୁଗାଦ୍ୱାରା ବା ଝାଡ଼ଣଦ୍ୱାରା କୌଣସି ବ୍ୟକ୍ତିର ଦେହରେ ବା କୌଣସି ପଦର୍ଥରେ ଲାଗିଥିବା ଧୂଳିକୁ ଦୁର କରିବା —୪. To free the body of a person or thing of dust by using a duster or cloth or the palm.
୫. କୌଣସି ପଦାର୍ଥରେ ଲାଗିଥିବା ଧୂଳି ବା ମଇଲା ବା ଅନ୍ୟବସ୍ତୁ ଯେଉଁପରି ଝଡ଼ିପଡ଼ିବ ସେହିପରି ଉକ୍ତ ପଦାର୍ଥକୁ ଜୋର୍ରେ ହଲାଇବା —୫. To shake a thing lustily and with jerks so as the dirt or dust clinging to it will fall down or fly away.

ଏହା ଦେଖି କୃଷ୍ଣ ବାନ୍ଦୁକୁ ଦେଲେ ଝାଡ଼ି ପଡ଼ିଲେ ସଂଶପ୍ତକମାନେ ତଳେ ଝଡ଼ି କୃଷ୍ଣସିଂହ. ମହାଭାରତ. କର୍ଣ୍ଣ

୬. ଭୁତପ୍ରେତାଦି ବା ରୋଗ ବା ସର୍ପବିଷ ନିରାକରଣାର୍ଥ ମନ୍ତ୍ର ପଢ଼ି କୌଣସି ବ୍ୟକ୍ତିର ଅଙ୍ଗରେ ହାତ ବୁଲାଇବା — ୬. To exercise; to expel spirits or disease or venom from the body by moving the fingers or making passes on it while chanting charms.

ବଦେହ ପ୍ରେତ ଝାଡ଼ିବାକୁ ଅନ୍ତର—ଗତୁଁ ତୋ ବାଣୀ ମନ୍ତର ଭଞ୍ଜ, ବୈଦେହୀଶବଳାସ

୭. ନଡ଼ିଆଗଛରୁ ବର୍ଷକେ ଥରେ ଶୁଖିଲା ବାହୁଙ୍ଗା, ଚଅଁର, ଖୋସାଆଦିକୁ ହାଣି ସଫା କରିବା —୬. To cleanse cocoanut trees of dry branches and sheaths etc (once in a year)

[ ଝାଡ଼ା(ଡ଼େ)ଇବା—ଣିଜନ୍ତରୂପ]

୮. (ବାଘ, ବିରାଡ଼ି ଓ କୁକୁରଆଦି ହିଂସ୍ରଜନ୍ତୁ) ଶିକାରକୁ ମୁହଂରେ ଧରି ଜୋର୍ ପୂର୍ବକ ଇତସ୍ତତଃ ଛିଞ୍ଚାଡ଼ିବା — ୮. To give a rude shaking to a prey (said of tigers, cats and dogs).

ହରିଣ ଶିଶୁକୁ ପଥେ ହର୍ଯ୍ୟକ୍ଷ ଯେପରି ହାବୋଡ଼ି, କାମୋଡ଼ି ଦନ୍ତେ କ୍ଷୀଣ ପ୍ରାଣ ତାର ଦିଏ ଝାଡ଼ି ରାଧାନାଥ, ମହାଯାତ୍ରା

୯. କୁବାକ୍ୟଦ୍ୱାରା ଗାଳି ଦେବା — ୯. To abuse or give vent to one's rage.

(ଯଥା—ତାକୁ ବୁହେ ଝାଡ଼ି ଦେଲି)

୧. ବଳ ଝଡ଼ାଇବା; ଶରୀରର ବଳ ବା ମାଂସ ହରଣ କରିବା; ବଳହୀନ ବା ଶକ୍ତିହୀନ କରିବା — ୧୦. To take away strength or flesh from the body; to emaciate.

(ଯଥା—୮ଦିନ ଜର ତାକୁ ଏକଦମ୍ ଝାଡ଼ିଦେଲା)

୧୧. (ଗଛରୁ ଫଳପୂଷ୍ପାଦି) ଛିଣ୍ଡ଼ାଇ ପକାଇବା — ୧୧. To pluch (flowers or fruits from a tree).

ବୃକ୍ଷ ଉପାଡ଼ି ସେ ଫଳ ଝାଡ଼ିଲା ମୂଖର ଭଞ୍ଜ. ବୈଦେହୀସବିଳାସ

୧୨. ଜୋର୍ କରି ଇତସ୍ତତଃ ସଞ୍ଚାଳିତ କରିବା — ୧୨. To wave with force; to shake lustily to and fro.

ଅର୍ଜୂରଙ୍କ ହାଣିବା ବୋଲନ୍ତେ ପାଇକ ଯାକ ଖଣ୍ଡା ଝାଡ଼ିରେ ହଦୁଁ ଛାଡ଼ି ଦକ କୃଷ୍ଣସିଂହ. ମହାଭାରତ ଦ୍ରୋଣ

୧୩. ଘରଛୁଆଣି ବେଳେ ଚାଳରୁ ନଡ଼ା ଉଲାରି ଚାଳକୁ ପରିଷ୍କାର କରିବା —୧୩. To clear away the old thatch of a thatched house when it is annually dismantled for rethaching.
୧୪. (ଲୋତକ) ଗଡ଼ାଇବା; ବୁହାଇବା; ଝଡ଼ାଇବା — ୧୪. To let fall; to let flow (e.g. tear).

ଏହା କହି ନୟନ ଯୁଗୁଁ ଅଣ୍ଡ଼ୁ ଝାଡ଼ି, ଯଡ଼ିଲେ ଭୂମି ତଳେ ହୋଇଣ ଅଜାଡ଼ି କୃଷ୍ଣସିଂହ. ମହାଭାରତ କର୍ଣ୍ଣ


୧୫. ଖସାଇବା; ସ୍ଥାନ ଚ୍ୟୁତ କରିବା — ୧୫. To dislodge; to dislocate.

ମୁଷ୍ଟି ପ୍ରହାର ବାମ କରେ, ଦନ୍ତ ଝାଡ଼ିଲେ ରୋଷରରେ ଜଗନ୍ନାଥ ଭାଗବତ

୧୬. ନିଜର ସର୍ବାଙ୍ଗକୁ ଜୋର୍ରେ କମ୍ପାଇବା ଜୋର୍ରେ କମ୍ପାଇବା; ନିଜର ଦେହକୁ ଇତସ୍ତତଃ ହଲାଇବା —୧୬. To shake one's body lustily.

(ଯଥା—ଘୋଡ଼ା ଦୁଷ୍ଟାମୀ କରି ଦିହକୁ ଝାଡ଼ିଦେଲାରୁ ଆରୋହୀ ତା ପିଠିରୁ ଖସି ପଡ଼ିଲେ)

୧୭. କମ୍ପାଇବା —୧୭. To shake.

ରାବଣ ଏହା ଶୁଣି ଝାଡ଼ି ମୁଣ୍ଡମାଳୀ, ବୋଇଲା ତୋର ରାମ ଅଟେ ବଳୀ କୃଷ୍ଣସିଂହ. ମହାଭାରତ. ବନ

୧୮. ନିଜର ଅଙ୍ଗବିଶେଷ (ଯଥା—ହାତ, ଗୋଡ଼, କାନ୍ଧ, ଡ଼େଣା)କୁ ଜୋର୍ରେ କମ୍ପାଇବା —୧୮. To shake a particular limb of one's body.

କେବେ ଅବା ସ୍ୱପ୍ନେ ଝାଡ଼ୁ ଅଛି ଡ଼େଣା ବିହଙ୍ଗ ସ୍ୱନୀଡ଼ଶାୟୀ—ରାଧାନାଥ. ପାର୍ବତୀ

୧୯. ନଡ଼ାକେଣ୍ଡାରେ ଲାଗିଥିବା ଶସ୍ୟ ଖସି ପଡ଼ିବା ପାଇଁ ଶସ୍ୟର କେଣ୍ଡାକୁ ବା ହଳାକୁ ତଳେ ବା ପଟାଉପରେ ବାଡ଼େଇବା ବା ଛିଞ୍ଚାଡ଼ିବା —୧୯. To thresh out corn from the blade or sheaf.
୨. ନିର୍ଧନ ବା ଅର୍ଥଶୂନ୍ୟ କରିବା; ସମସ୍ତ ଧନ ନିଃଶେଷିତ କରିବା —୨୦. To make a man pennyless; to exhaust a person of all his money.

(ଯଥା—ଏ ବର୍ଷ ପୁଅ ବିଭାଘର ମୋତେ ଝାଡ଼ିଦେଲା)

୨୧. ଖାଲି କରିବା; ଖାଙ୍କା କରିବା — ୨୧. To make empty; to exhaust.

(ଯଥା—ଲୋକଙ୍କୁ ଦାନ କରି କରି ସେ ତା ଭଣ୍ଡାର ଝାଡ଼ିଦେଲା)

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ]