ଝାଡ଼ୁଆ ବ୍ରାହ୍ମଣ

ଉଇକିଅଭିଧାନ‌ରୁ

ଝାଡ଼ୁଆ ବ୍ରାହ୍ମଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସମ୍ୱଲପୁରବାସୀ ଆରଣ୍ୟକ ବ୍ରାହ୍ମଣ — ୧. A class of Brāhmanas of Sambalpur (origional inhabitants of the place).

[ଦ୍ରଷ୍ଟବ୍ୟ —ଝାଡ଼ୁଆ ବ୍ରାହ୍ମଣମାନେ ସମ୍ୱଲପୁରର ଆଦିମ ନିବାସୀ; ଓଡ଼ିଆ ବ୍ରାହ୍ମଣମାନେ ସମ୍ୱଲପୁରକୁ ଆସିବା ପୂର୍ବରୁ ଏମାନେ ଆସି ସମ୍ୱଲପୁର ସ୍ଥାୟୀ ଅଧିବାସୀ ହୋଇଥିଲେ କେହି କେହି କହନ୍ତି ଯଯାତିକେଶରୀ କାନ୍ୟକୁବ୍ୱରୁ ଯେଉଁ ବ୍ରାହ୍ମଣଙ୍କୁ ଅଣାଇ ଥିଲେ ଏମାନେ ସେମାନଙ୍କ ବଂଶଧର କଥିତ ଅଛି ଯେ ଏମାନେ ପ୍ରଥମେ ଓଡ଼ିଶାରୁ ଆସି ସମ୍ୱଲପୁର ଅଞ୍ଚଳରେ ବସତି କରିଥିଲେ, ପରେ ଯେଉଁ ବ୍ରାହ୍ମଣମାନେ ଓଡ଼ିଶାରୁ ଆସିଲେ ସେମାନଙ୍କ ଆପଣାକୁ ଓଡ଼ିଆ ଓ ପୂର୍ବାଗତ ବ୍ରାହ୍ମଣମାନଙ୍କୁ ଝାଡ଼ୁଆ ନାମ ଦେଲେ

ମତାନ୍ତରରେ ଝାଡ଼ୁଆ ବ୍ରାହ୍ମଣମାନେ ରାଜପୁତ ରାଜାମାନଙ୍କ ସଙ୍ଗେ ଉତ୍ତର—ଭାରତରୁ ସମ୍ୱଲପୁରକୁ ଆସିଥିଲେ ସମ୍ୱଲପୁର ଅଞ୍ଚଳ ପୂର୍ବେ ଜଙ୍ଗଲ ଥିବାରୁ ଏହି ଜଙ୍ଗଲ ଥିବାରୁ ଏହି ଜଙ୍ଗଲ ବା ଝାଡ଼ ଶବ୍ଦ ଅନୁସାରେ ଏ ବ୍ରାହ୍ମଣମାନଙ୍କୁ 'ଝାଡ଼ୁଆ' ବୋଲାଯାଏ ଏମାନଙ୍କ ସଙ୍ଗେ ଦାନୁଆ ବା ଓଡ଼ିଆ ବ୍ରାହ୍ମଣମାନେ ସାମାଜିକ ଭାବରେ ମିଶନ୍ତି ନାହିଁ]

୨. ସମ୍ୱଲପୁର ଅଧିବାସୀ ଗଉଡ଼ ଓ କରଣମାନଙ୍କ ଶ୍ରେଶୀ— ବିଶେଷ —୨. Sub-castes of cowherbs and Karaṇas of Sambalpur.