ଝିଅ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • କନ୍ୟା
  • ବାଳିକା
  • କନ୍ୟା ସ୍ଥାନୀୟା ବଳିକା
  • ଅମୁକ ବଂଶ ଜାତା ବା ଅମୁକ ଜତୀୟା ସ୍ତ୍ରୀଝିଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

(ପୁଅ—ବିପରୀତ)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଦୁହିତା; ପ୍ରା. ଧୀଆ; ଧୀଦା; ସଂସ୍କୃତ - ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା)[ସମ୍ପାଦନା]

୧. କନ୍ୟା —୧. Daughter.

ଝିଅକୁ ମରି ବୋହୁକୁ ଶିଖାଇବା ନ୍ୟାୟ. ଢଗ

୨. ବାଳିକା —୨. Girl.

ଶରଣ ସମ୍ଭାଳ ଦୁଃଖୀ ଝିଅକୁ ମା ରଖ ଶ୍ରୀଚରଣ ତଳେ ରାଧାନାଥ, ପାର୍ବତୀ

୩. କନ୍ୟାସ୍ଥାନୀୟା ବାଳିକା —୩. A girl whom a person treats as his daughter.

[ଦ୍ରଷ୍ଟବ୍ୟ —ସାଧାରଣତଃ ଆପଣାଠାରୁ ବୟସରେ ଖୁବ୍ ସାନ ଅପରିଚିତା ସ୍ତ୍ରୀଲୋକ ବା ବାଳିକାକୁ ବାଟରେ ଭେଟିଲେ ତାକୁ କିଛି କଥା କହିବାର ଆବଶ୍ୟକ ହେଲେ ତାକୁ ଆଲୋ ଝିଅ ! ବୋଲି ସଂବୋଧନ କରାଯାଏ; ଆପଣାର ସମାନବୟସ୍କା ସ୍ତ୍ରୀଲୋକକୁ ଭଉଣୀ ! ଓ ଆପଣାଠାରୁ ବୟସରେ ବଡ଼ ସ୍ତ୍ରୀଲୋକଙ୍କୁ ମାଉସୀ ! ବୋଲି ସଂବୋଧନ କରାଯାଏ ଉକ୍ତସ୍ତ୍ରୀଲୋକ ସଙ୍ଗେ ଖୁବ୍ ଆଳାପ— ପରିଚୟ ଥିଲେ ଆପଣାଠାରୁ ବୟସରେ ସାନ ସ୍ତ୍ରୀ ଲୋକକୁ ମାଆ ବାଈ ! ସଂବୋଧନ କରାଯାଏ ଓ ବୟସରେ ବଡ଼ ସ୍ତ୍ରୀ ଲୋକଙ୍କୁ ମାଆ ବା ମାଉସୀ ! ବୋଲି ସଂବୋଧନ କରାଯାଏ ଏହିପରି ଆପଣାଠାରୁ ଅଳ୍ପବୟସ୍କ ଅପରିଚିତ ପୁରୁଷ ଲୋକକୁ ଆରେ ପୁଅ !, ସମ— ବୟସ୍କକୁ ଭାଇ ! ଓ ଊର୍ଦ୍ଧ୍ୱବୟସ୍କକୁ ମଉସା ! ବୋଲି ସଂବୋଧନ କରାଯାଏ ଏବଂ ପରିଚିତ ଅଳ୍ପବୟସ୍କ ପୁରୁଷକୁ ବାପ ! ବାପା! ବାବା

ଓ ବେଶି ବୟସର ପୁରୁଷକୁ ବାବା ! ମଉଷା ! ବୋଲି ସମ୍ୱୋଧନ କରାଯାଏ] 

୩. ଅମୁକ ବଂଶ ଜାତା ବା ଅମୁକ ଜାତୀୟା ସ୍ତ୍ରୀ — ୩. A woman born of a particular caste or family.

(ଯଥା—ସେ ଗଉଡ଼ ଘର ଝିଅ)