ଝିଙ୍କ

ଉଇକିଅଭିଧାନ‌ରୁ

ଝିଙ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସାନ୍ତାଳୀ ଭାଷା)[ସମ୍ପାଦନା]

୧. ମୂଷାଜାତୀୟ କ୍ଷୁଦ୍ର ବନ୍ୟ ଚତୁଷଅପଦ ଜନ୍ତୁବିଶେଷ — ୧. Hedgehog; the Porcupine; Hystrix Cristata; Hystrix Bengalensis.

[ଦ୍ରଷ୍ଟବ୍ୟ —ଏମାନେ ଦିନରେ ଭୂଇଁରେ ମ. ସାଲ, ସାଲଦର ଗାତ କରି ରହନ୍ତି ଓ ରାତିରେ ବାହାରନ୍ତି ଏମାନଙ୍କ ଦେହରେ ୧ ଫୁଟ ଲମ୍ୱ ଗୁଡ଼ିଏ ମୁନିଆଁ କାଠି ଥାଏ ଓ ଶତ୍ରୁ ଆକ୍ରମଣ କଲେ ଏମାନେ ଆତ୍ମରକ୍ଷା ନିମନ୍ତେ ଦେହ ଝାଡ଼ି ଦେଲେ ଏ ମୁନିଆଁ କାଠିଗୁଡ଼ିକ ଚାରିଆଡ଼କୁ ବୁଣି ହୋଇ ଯାଏ ଓ ଶତ୍ରୁ ଦେହରେ ବିଦ୍ଧହୁଏ ଏମାନେ ଉଦ୍ଭିଦ ଓ ଫଳ ଖଆଇ ବଞ୍ଚନ୍ତି ବୈଦ୍ୟଶାସ୍ତ୍ର ମତରେ ଏହାର ମାଂସ ଗୁରୁ, ସ୍ନିଗ୍ଧ, ଉଷ୍ଣ ଓ ଅଗ୍ନଦୀପକ ଏହା ଆମରୋଗ ଅଜୀର୍ଣ୍ଣ, ଶ୍ୱାସ, କାସ, ସନ୍ନିପାତ ହରଣ କରେ ଏହାର ଅନ୍ତପୁଟୀ ଶୁଖାଇ ଚୂର୍ଣ୍ଣ କରି ସୂତିକା ବାତରେ ଓ ଶୂଳରୋଗରେ ପ୍ରୋୟଗ କରାଯାଏ ଏହାର ପିତ୍ତ ସେବନ, ଲେପନ ଓ ଅଞ୍ଜନ ରୂପରେ ବ୍ୟବହାର କଲେ ବୃଶ୍ଚିକ ବିଷ, ମୂଷିକ ବିଷ ଓ ସର୍ପ ବିଷ ଖଣ୍ଡିତ ହୁଏ—ବ୍ରଜବନ୍ଧୁ. ଦ୍ରବ୍ୟଗୁଣ କଳ୍ପଦ୍ରୁମ

ପ୍ରକୃତରେ ଝିଙ୍କ ଗୋଟିଏ ଚତୁଷ୍ପଦ ଜୀବ କେହି କେହି ଭ୍ରମରେ ଝିଙ୍କ ପକ୍ଷୀ ବୋଲି କହନ୍ତି କିନ୍ତୁ ଏହା ପକ୍ଷୀ ନୁହେଁ, କିମ୍ୱା କୌଣସି ପକ୍ଷୀର ଝିଙ୍କ କାଠି ପରି କାଠି ଥିବାର ଦେଖାଯାଏ ନାହିଁ ଯଥା ===

ସେନା ଉପରେ କାଣ୍ଡମାନ ବସେ ଝିଙ୍କ ପକ୍ଷୀ ପ୍ରାୟେ ଶରୀର ଦିଶେ—ବିଶ୍ୱନାଥ. ବିଚିତ୍ରରାମାୟଣ

ଦେହରେ ଝିଙ୍କ କାଠି ଭଳି ଗୁଡ଼ିଏ କାଠି ଥବା ଓ ପକ୍ଷହୀନ ପକ୍ଷୀ (Apterrx)ନିଉଁଜିଲାଣ୍ଡରେ ଦେଖାଯାଏ ଏ ପକ୍ଷୀ କୁକୁଡ଼ାଜାତୀୟ, କିନ୍ତୁ ଏମାନେ ଝିଙ୍କ ପରି କାଠିକୁ ବାହାରକୁ ଫିଙ୍ଗି ପାରନ୍ତି ନାହିଁ]