ଝୁଣିବା

ଉଇକିଅଭିଧାନ‌ରୁ

ଝୁଣିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂସ୍କୃତ - ଧୁର୍ତ୍ତି ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂସ୍କୃତ - ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂସ୍କୃତ - ଧୁନୋତି)[ସମ୍ପାଦନା]

୧. ଟିକି ଟିକି କରି ଛିଣ୍ଡାଇବା — ୧. To tear to pieces or shreds.

ଶଙ୍ଗୀ ନଳା ତାହାର ଧରି ଝୁଣି ଦେବ କୃଷ୍ଣସିଂହ. ମହାଭାରତ. ଆଦି

୨. ରେକଟିବା; ଉପର୍ଯ୍ୟୁପରି ଦାନ୍ତରେ କାମୁଡ଼ିବା — ୨. To bite repeatedly; to gnaw.
୩. କ୍ଷତବିକ୍ଷତ କରିବା —୩. To wound.

ଝୁମି କାମ ସଙ୍ଗେ ଝୁଣି ଦେବି ସିନା କବିସୂର୍ଯ୍ୟ, ଚମ୍ପୁଗୀତ

୪. ଦାନ୍ତରେ କାମୁଡ଼ି ଚୁଚୁମିବା ବା ଶୋଷିବା; ଦାନ୍ତରେ ଟାଣି ରସ ଶୁଷ୍କ କରିବା —୪. To suck hard with pressed teeth.

(ଯଥା—ସତୁରୀ ବରଷର ବୁଢ଼ୀ ଆଈଙ୍କ କ୍ଷୀର ଥିବା ଥନକୁ ମାଆଛେଉଣ୍ଡ ଅବୁଝା ଜଗବନ୍ଧୁ ସବୁବେଳେ ଝୁଣୁଛି)


୫. ଝିଙ୍କିବା — ୫. To pull with sudden jerks.
୬. କମ୍ପାଇବା —୬. To shake.

(ଯଥା ଶିର ଝୁଣିବା)

୭. ଅତି ବିରକ୍ତ କରିବା —୭. To tease; to pester.