ଟଙ୍କି

ଉଇକିଅଭିଧାନ‌ରୁ

ଟଙ୍କି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କା)[ସମ୍ପାଦନା]

୧. ଲାଖରାଜ ଭୂମି ନିମନ୍ତେ ଲାଖ— ରାଜଦାର୍ମାନେ ସରକାରଙ୍କୁ ଦେବା ନିରୂପିତ ସାମାନ୍ୟ ରାଜକର —୧. Nominal or quit rent paid by holders of revenue-free grants.

[ଦ୍ରଷ୍ଟବ୍ୟ —ଓଡ଼ିଶାର ରାଜାମାନେ ବ୍ରାହ୍ମଣ ଶାସନମାନେ ବସାଇ ବ୍ରାହ୍ମଣ— ମାନଙ୍କୁ ଯେଉଁ ଭୂ—ବୃତ୍ତି ଦାନ କରିଥିଲେ ତାହା ଉପରେ ନାମମାତ୍ର କର ଧାର୍ଯ୍ୟ କରିଥିଲେ (ଯଥା—ଏକ ବାଟିକୁ ଟଙ୍କାଏ ଲେଖାଏଁ) ଓ ଉକ୍ତ ଜମିମାନଙ୍କର ଟଙ୍କି ଖଜଣା ଚିରକାଳ ସକାଶେ ଅପରିବର୍ତ୍ତ ନୀୟ ହୋଇ ରହିବ ବୋଲି ଗ୍ରହୀତମାନଙ୍କୁ ସନନ୍ଦ ମିଳିଥିଲା ଇଂରାଜ ସରାକର ଓଡ଼ିଶା ରାଜସ୍ୱ ବନ୍ଦୋବସ୍ତବେଳେ ସନନ୍ଦମାନ ପରୀକ୍ଷା କରି ଉକ୍ତ ସନନ୍ଦମାନ ଅନୁମୋଦନ କରିଅଛନ୍ତି]


୨. ଯେଉଁ ଲାଖରାଜ ବୃତ୍ତି ଉପରେ ଟଙ୍କି କର ନିର୍ଦ୍ଧାରିତ ଅଛି —୨. Revenue-free holding held on quit-rent.

ବିଶେଷଣ -[ସମ୍ପାଦନା]

୧. ଯେଉଁ ଜମି ନିମନ୍ତେ ଟଙ୍କି ଖଜଣା ଦେୟ ଅଟେ ୧. (land) Held on payment of a nominal rent.
୨. ଯେଉଁ ରାଜସ୍ୱ ନାମାତ୍ର ବା ଟଙ୍କି ରୂପେ ନିର୍ଦ୍ଧାରିତ (ଯଥା—ଟଙ୍କି ଖଜଣା) —୨. (sum) Paid in the shape of quit-rent; nominal (rent)

[ଦ୍ରଷ୍ଟବ୍ୟ —ଟଙ୍କି ଅନେକ ପ୍ରକାର ଅଛି; ଯଥା—ବାଟୀ ଟଙ୍କି ବାହେଲି ଟଙ୍କି, ଟଙ୍କି ବାଯ୍ୟାପ୍ତି, ଦେବୋତ୍ତୋର ଟଙ୍କି, ବ୍ରହ୍ମୋତ୍ତର ଟଙ୍କି ଇଦ୍ତାଦି]