ଟଙ୍ଗା

ଉଇକିଅଭିଧାନ‌ରୁ

ଟଙ୍ଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ୍ ଧାତୁ=ବାନ୍ଧିବା; ତୁଳ. ସଂସ୍କୃତ - ତୁଙ୍ଗ=ଉଚ୍ଚ; ସଂସ୍କୃତ - ଟଙ୍କଣ; ଟଙ୍ଗଣ=ଜଡ଼ା ହେବା; (ହିନ୍ଦୀ - ଶବ୍ଦସାଗର)[ସମ୍ପାଦନା]

୧. ବାନ୍ଧି କରି ଝୁଲାଇବା; ଲଟକାଇବା — ୧. Hanging; suspending a thing.
୨. ଲିଆରୁ ଧାନ ବାହାର କରିବା ସକାଶେ ବାଉଁଶ କାଠିରେ ତିଆରି ହୋଇଥିବା ଏକପ୍ରକାର ଟୋକେଇ; ଖଇଝଡ଼ା — ୨. A kind of wicker-work seive for sifting chaff from fried paddy.

ବିଶେଷଣ -[ସମ୍ପାଦନା]

ଝୁଲା ହୋଇଥିବା; ଝୁଲୁଥିବା — Hung; suspended; hanging.

ଟଙ୍ଗା ତହିଁ କେତେ ଚିତ୍ର ପ୍ରାକୃତିର ଦିବ୍ୟ ସାମୟିକ ରୂପ ଚିନ୍ତାମଣି. ବିକ୍ରମାଦିତ୍ୟ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଉର୍ଦ୍ଦୂ ଟାଙ୍ଗା)[ସମ୍ପାଦନା]

ଦୁଇ ଚକିଆ ଅବରଣ ଯୁକ୍ତ ଘୋଡ଼ା ଗାଡ଼ି (ଏଥିରେ ଗୋଟିଏ ଘୋଡ଼ା ଲାଗେ) —Dog-cart; two-wheeled horse-cart with a hood.

ପ୍ରାଦେଶିକ - (କୁଜଙ୍ଗ) ବିଶେଷ୍ୟ -[ସମ୍ପାଦନା]

ଧରା ଯାଉଥିବା ମାଛ ରଖିବାର ଖାଳେଇ — A basket used by fisherman for keeping fish while fishing.