ଟପଟପ

ଉଇକିଅଭିଧାନ‌ରୁ

ଟପଟପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ) (ସଂସ୍କୃତ - ତିପ ଧାତୁ=କ୍ଷରଣ; ସଂସ୍କୃତ - ଆଟୋପ)[ସମ୍ପାଦନା]

୧. ବଡ଼ ବଡ଼ ଟୋପାରେ ବର୍ଷା ହେବା — ୧. Pattering of rain.
୨. ଆଖିରୁ ବଡ଼ ବଡ଼ ଟୋପାରେ ବହୁତ ଲୁହ ବୋହିବା — ୨. Weeping profusely; shedding profuse tears.

ଟପଟପ ନୀର ବରଷୁ ଅଛି ଯେ ତୋ ଖଞ୍ଜରୀଟ— କବିସୂର୍ଯ୍ୟ. ସଙ୍ଗୀତ

୩. କୌଣସି ପଦାର୍ଥକୁ ମୁନିଆଁ ପଦାର୍ଥରେ ଫୁଟାଇବା — ୩. Thursting a pointed thing into a soft thing.

ହଡ଼ା ବେଦନା କୁଆ ନ ଜାଣେ ଟପଟପ କରି ଠେଙ୍ଗୁରେ ହାଣେ—ଢଗ

୪. ପରର ମନକୁ ବାଧିଲା ପରି ନିଷ୍ଠୁର ବଚନ କହିବା — ୪. Speaking out harshly or shaprly; in a pain spoken manner.

ଟପଟପ ଭାଷା କେତେ ସହିବ—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି

(ଟପର ଟପର—ଅନ୍ୟରୂପ)

କ୍ରି.ବିଶେଷଣ -[ସମ୍ପାଦନା]

ତୀକ୍ଷଣ୍ ଭାବରେ (ମୁନିଆଁ ଜିନିଷର ମୁନ ନରମ ପଦାର୍ଥରେ ଭୁଷିବା) —Sharply.

(ଯଥା—ଛୁଞ୍ଚିଟାକୁ ଦିହରେ ଟପଟପ ଫୋଡ଼ି ଦେଉଛି)