ଟାଙ୍କୁ ମାରିବା

ଉଇକିଅଭିଧାନ‌ରୁ

ଟାଙ୍କୁ ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. କୌଣସି ପଦାର୍ଥକୁ ଜଡ଼ରୁ ମାରିବା [ଦ୍ରଷ୍ଟବ୍ୟ —ଉଇ ହୁଙ୍କାକୁ ଥରେ ଭାଙ୍ଗି ଦେଲେ ପୁଣି ଉଇ— ମାନେ ଅଳ୍ପକାଳ ମଧ୍ୟରେ ସେ ହୁଙ୍କାକୁ ତିଆରି କରି ପକାନ୍ତି; କିନ୍ତୁ ଉଇ ହୁଙ୍କାର ମୂଳ ଖୋଜି ଗଭୀର ଭୂମିରେ ଥିବା ଉଇଙ୍କ ଟାଙ୍କୁକୁ ନଷ୍ଟ କରିଦେଇ ସେଠାରୁ ଉଇ ଲୋପ ପାଆନ୍ତି ଓ ସେ ସ୍ଥାନରେ ଆଉ ଉଇ ହୁଙ୍କା ହୋଇ ପାରେ ନାହିଁ]
୨. କୌଣସି ବ୍ୟକ୍ତିର ଶକ୍ତିକୁ ବା ଗର୍ବକୁ ସମ୍ପୂର୍ଣ୍ଣରୂପେ ଚୂର୍ଣ୍ଣ କରିବା

[ଦ୍ରଷ୍ଟବ୍ୟ —କୌଣସି ମନୁଷ୍ୟର 'ଟାଙ୍କୁ' ବା ଗୋଡ଼କୁ ଭାଙ୍ଗିଦେଲେ ସେ ଅଚଳ ଓ ଅବଶ ହୋଇଯାଏ]