ଟାଙ୍ଗଣା

ଉଇକିଅଭିଧାନ‌ରୁ

ଟାଙ୍ଗଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍ଗଣ; ଟଙ୍କଣ)[ସମ୍ପାଦନା]

ସୋହାଗା; ଉପଧାତୁ ବିଶେଷ — Borax, Sodas Biboras.

ତହିଁ ହରିଦ୍ରା ଟାଙ୍ଗଣ ମିଶାଇ ପୋଛି ଦେବାର ଶାଣ ଦେଲା ତହିଁ— ଭଞ୍ଜ. ପ୍ରେମସୁଧାନିଧି

[ ଦ୍ର—ସୁନା ରୂପାରେ ଟାଙ୍ଗଣା ମିଶାଇଲେ ତାହା ଶୀଘ୍ର ଆଉଟି ହୁଏ; ଏହାକୁ ନିଆଁରେ ପକାଇଲେ ଏହା ଫୁରୁସି ଯାଇ ଖଇ ପରି ଫୁଲି ଉଠେ ଏବଂ ଉକ୍ତ ଖଇ ଚୂନାକୁ ପାଣିରେ ବତୁରାଇ ସୁନା ରୂପାରେ ବୋଳି ତାହା ନିଆଁରେ ପୋଡ଼ିଲେ ତାହାର ବର୍ଣ୍ଣ ଖୂବ୍ ଉଜ୍ୱଳ ହୁଏ ବୈଦଶାସ୍ତ୍ର ଅନୁସାରେ ଏହା ଅଗ୍ନିବର୍ଦ୍ଧକ, ରୁକ୍ଷ, କଫଘ୍ନ, ରଜଃପ୍ରବର୍ତ୍ତକ, ବଳକାରକ, ମୂଢ଼ଗର୍ଭାକର୍ଷକ, ବାୟୁ ଓ ପିତ୍ତବର୍ଦ୍ଧକ ଟାଙ୍ଗଣା ଖଇର ଚୂନା ଆଦିରେ ପକାଇଲେ ପୂଯ ହୁଏ ନାହିଁ ଓ ରୋଗବୀଜ ଶରୀରା— ନ୍ତରକୁ ସଂକ୍ରମଣ କରେ ନାହିଁ ଓ ଏହା କ୍ଷତ ଆଦିକୁ ନୀରୋଗ କରେ, ଏଥିପାଇଁ ଡ଼ାକ୍ତର ମାନେ ଘାଆ ଧୂଆ ପାଣି, ମଲମ, ପଟି, ଅଞ୍ଜନ ଆଦିରେ ଏହାର ବହୁଧା ବ୍ୟବହାର କରନ୍ତି ଲୁଗା ଆଦି ରଙ୍ଗାଇବାକୁ ହେଲେ ରଙ୍ଗରେ ଟାଙ୍ଗଣା ମିଶାଇଲେ ରଙ୍ଗ ବେଶୀ ସ୍ଥାୟୀ ହୁଏ ଲୁହା, ପିତଳ, ସୁନା, ରୂପା, ଓ କାଚ ବାସନ ଝାଳିବାରେ ମଧ୍ୟ ଟାଙ୍ଗଣା ଲାଗେ ସାଧାରଣତଃ ଅସଲ ଧାତୁକୁ ଟାଙ୍ଗଣା ଓ ପୋଡ଼ା ହେବା ଟାଙ୍ଗଣକୁ ଟାଙ୍ଗଣାଖଇ ବା ସୋହାଗା କୁହାଯାଏ ]