Jump to content

ଟାଣ

ଉଇକିଅଭିଧାନ‌ରୁ

ଟାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ ଧାତୁ=ବୃଦ୍ଧି କରିବା; ତୁଳ. ସଂସ୍କୃତ - କଠିନ; ପ୍ରା. କଠିଣ)[ସମ୍ପାଦନା]

୧. କର୍କଶତା —୧. Harshness; rudeness; roughness.
୨. କାଠିନ୍ୟ —Hardness; rigidity.
୩. ହେମତ୍; ଧୈର୍ଯ୍ୟ; ଦମ୍ଭ — ୩. Patience; courage.
୪. ଗର୍ବ; ଗୁମାନ — ୪. Pride; arrogance; haughtiness.
୫. ଆଣ୍ଟ; ଦାମ୍ଭିକତା; ଭୁରୁଡ଼ୁ — ୫. Brazenness; impudence.
୬. ଜୋର୍ —୬. Force.
୭. କୌଣସି ବିଷୟ ପ୍ରତି ସ୍ପୃହା; ମମତା; ଆସକ୍ତି — ୭. Tendency; eagerness; inclination.

(ଯଥା—ସଂସାର ପ୍ରତି ମନୁଷ୍ୟର ଗୋଟାଏ ଟାଣ ଥାଏ)

୮. ସ୍ରୋତର ବେଗ — ୮. Velocity of a current of water.


୯. ଝିଙ୍କା; ଆକର୍ଷଣ —୯. Attraction; pull.
୧. ନିଷ୍ଠୁରତା —୧୦. Cruelty.

ଚୋର ପଣେ ଆସି ମୋର ପାଶେ ବସି ଘୋର ଆଚରଇ ଟାଣ ଗୋ— କବିସୂର୍ଯ୍ୟ. ସଙ୍ଗୀତ

୧୧. ଶକ୍ତି —୧୧. Power.

ଦୁଃଖ ପାପେ ସର୍ବ ସାଂସାରିକ ପ୍ରୀତି ଟାଣ ପଡ଼ିଯାଏ ଜଣା— ନନ୍ଦକିଶୋର. ନିର୍ଝରିଣୀ

୧୨. ଦୈହିକ ବଳ —୧୨. Bodily strength.
୧୩. ମାନସିକ ବଳ —୧୩. Strength of mind.
୧୪. (ବଙ୍ଗାଳୀ - ରୂ ଅନୁକୃତ) ମାନସିକ ଆକର୍ଷଣ — ୧୪. Attchment; partiality.

ଦେଶଜ - ବିଶେଷଣ -[ସମ୍ପାଦନା]

୧. କଠିନ; କରଡ଼ା —୧. Hard; rigid; strong; callous; tough.

ମନେ କଲା ରାମ ବାଣ ତ ବଡ଼ ଟାଣ—କୃଷ୍ଣସିଂହ. ମହାଭାରତ. ବନ

୨. କର୍କଶ; ନିଷ୍ଠୁର —୨. Harsh; cruel.
୩. ତୀକ୍ଷ୍ଣ; ଅସହ୍ୟ —୩. Unbearable.
୪. ଦାମ୍ଭିକ —୪. Brazen-faced.
୫. ଉଚ୍ଚୈଃସ୍ୱରବିଶିଷ୍ଟ —୫. Loud.
୬. ସଚଳ ଅବସ୍ଥାପନ୍ନ; ସଙ୍ଗତିସମ୍ପନ୍ନ — ୬. Well to do; better off.
୭. ଶ୍ରମ ସହିଷ୍ଣୁ, କଷ୍ଟସହିଷ୍ଣୁ — ୭. Able to bear strain; hardy.
୮. ମହର୍ଗ; ଉଚ୍ଚ (ମୂଲ୍ୟ) —୮. Dear; high (price).
୯. ସବଳ —୯. Strong.