Jump to content

ଟାଣିବା

ଉଇକିଅଭିଧାନ‌ରୁ

ଟାଣିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

[ଟଣା(ଣେ)ଇବା—ଣିଜନ୍ତରୂପ]

ଦେଶଜ - କ୍ରି. (ସଂସ୍କୃତ - ତନ୍ ଧାତୁ=ଆକର୍ଷଣ କରିବା; ସଂସ୍କୃତ - ଆକର୍ଷଣ)[ସମ୍ପାଦନା]

୧. ଝିଙ୍କିବା; ଓଟାରିବା; ଆକର୍ଷଣ କରିବା — ୧. To draw; to attract; to pull.
୨. (ଛତା) ଉପରେ ବିସ୍ତୁତ କରିବା — ୨. To spread above (umbrella etc).
୩. (ଗାର; ଚିତ୍ର) କାଟିବା; ଆଙ୍କିବା; ଲେଖିବା — ୩. To draw (a figure or line).
୪. (ସୂତା) ଲମ୍ୱ ଭାବରେ ଟାଙ୍ଗିବା — ୪. To lay (a line or rope).
୫. (ରେଖା ଆଦି) ଲମ୍ୱରେ ବଢ଼ାଇବା; ଲମ୍ୱ କରିବା — ୫. To lengthen (a straight line).
୬. (ପାଣିକୁ) ନିଃଶେଷ କରିବା ବା ଶୁଖାଇବା — ୬. To drain out (water)
୭. (ଗଞ୍ଜେଇ ଧୂଆଁ ଆଦି) ଶୋଷିବା — ୭. To suck or inhale.
୮. (ପେଟ, କାନ) ବ୍ୟଥା କରିବା — ୮. To ache (said of belly and ear.)
୯. ଜୋର୍ କରିବା ବା ଚେଷ୍ଟା କରିବା — ୯. To strain.

ଅନୁବାଦ[ସମ୍ପାଦନା]

୧. (ମସୁରି, ଚାନ୍ଦୁଆ ଆଦିର) ମୁଣ୍ଡରେ ଦଉଡ଼ି ବାନ୍ଧି ବିସ୍ତାର ପୂର୍ବକ ବାନ୍ଧିବା; ଟଙ୍ଗାଇବା — ୧୦. To hang up a canopy or mosquito-net.
୧୧. ଏକ ବସ୍ତୁର ଗୋଟିଏ ମଣ୍ଡ ବା ମଝିକୁ ସ୍ଥିର ରଖିଅନ୍ୟ ମୁଣ୍ଡକୁ ବା ଦୁଇ ମୁଣ୍ଡକୁ ବିପରୀତ ଦିଗକୁ ଓଟାରିବା — ୧୧. To pull a thing on one sideor in epposite directions.

(ଯଥା—ରବର ଖଣ୍ଡ ବା ସୂତାକୁ ଦୁଇ ମୁଣ୍ଡରୁ ଟାଣିଲେ ତାହା ବଢ଼ିଯାଏ)

[ଦ୍ରଷ୍ଟବ୍ୟ —ଟାଣିବା, ଝିଙ୍କିବା. ଓଟାରିବା ସମାର୍ଥବୋଧକ; ଝିଙ୍କିବାରେ ଏକକାଳୀନ ଜୋର୍ ପ୍ରୟୋଗ କରାଯାଇ ତତ୍କ୍ଷଣାତ୍ ତାହା ଶିଥିଳ ହେବାର ସୂଚିତ ହୁଏ ଆପେ ଠିଆ ହୋଇ ଅନ୍ୟବସ୍ତୁ ବା ବ୍ୟକ୍ତିଙ୍କ ଆପଣା ଆଡ଼କୁ ଆଣିବା ପାଇଁ ବଳ ପ୍ରୟୋଗ କରିବାକୁ ଓଟାରିବା ଏବଂ ଆପେ ଗତି କରୁଥିବା ଅବସ୍ଥାରେ ଆକୃଷ୍ଟ ବସ୍ତୁକୁ ମଧ୍ୟ ଗତି କରାଇବାକୁ ଟାଣିବା ବୋଲାଯାଏ]