ଟିକା

ଉଇକିଅଭିଧାନ‌ରୁ

ଟିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତିଳକ; ତୁଳ. ସଂସ୍କୃତ - ବଟିକା)[ସମ୍ପାଦନା]

୧. କପାଳରେ ଘେନାଯିବା ଗୋରୋଚନା ଓ ଚନ୍ଦନ ଆଦିର ଟୋପା — ୧. A circular-finger mark of different colours painted on the brow.

ଦେଲେ ଶ୍ରୀଚନ୍ଦନ ଟିକା ରାମ ଲଲାଟରେ— ମଧୁସୁଦନ. ବାଳରାମାୟଣ

ଅନୁବାଦ[ସମ୍ପାଦନା]

୨. ସ୍ୱର୍ଣ୍ଣ ରୌପ୍ୟାଦି ନିର୍ମିତ ପଦକ; ମସ୍ତକର ଅଳଂକାର ବିଶେଷ —୨. A silver or gold medal worn as an ornament.

ଅନୁବାଦ[ସମ୍ପାଦନା]

୩. ବସନ୍ତ ରୋଗସଂକ୍ରମଣର ଭୀଷଣତା ନିବାରଣାର୍ଥ ବସନ୍ତ— ରୋଗଗ୍ରସ୍ତ ମନୁଷ୍ୟ ବା ଗୋରୁଙ୍କଠାରୁ ପୂଜ (ବୀଜ) ନିଆଯାଇ ମନୁଷ୍ୟର ହାତ ବା ବାହୁରେ ଛିଦ୍ର କରି ଉକ୍ତ ପୂଜକୁ ଭର୍ତ୍ତି କରିବା ପ୍ରଣାଳୀ — ୩. Vaccination; inoculation.

[ଦ୍ରଷ୍ଟବ୍ୟ — ମନୁଷ୍ୟବୀଜରେ ଦିଆଯିବା ଟିକାକୁ ଦେଶୀଟିକା ଓ ଗୋବୀଜରେ ଦିଆଯିବା ଟିକାକୁ ବିଲାତି ଟିକା କୁହାଯାଏ]

୪. ଅଭିଷେକ ଉପଲକ୍ଷରେ ରାଜା ଓ ଯୁବରାଜାଙ୍କ କପାଳରେ ଦିଆଯିବା ଚିତା; ରାଜଟୀକା — ୪. A circular finger-mark given on the brow of a Raja and heir apparent on the occasion of installation; sign of royalty.

ଅନୁବାଦ[ସମ୍ପାଦନା]

୫. ତାସ୍ ଖେଳରେ ଏକ ସଂଖ୍ୟକ ତାସ — ୫. The ace at cards.
୬. ଆଙ୍ଗୁଠିର ଆଗଦ୍ୱାରା ଆଘାତ; ଥୋପୀ — ୬. A tap with tip of a finger.
୭. (ଲକ୍ଷଣାର୍ଥ) ବହୁ ଲୋକଙ୍କମଧ୍ୟରେ ଶ୍ରେଷ୍ଠତ୍ୱସୁଚକ ଚିହ୍ନ — ୭. (fig) Sing of excellence amongst many.

ପାଇଛି ଟିକା ସୁନ୍ଦରୀ ଯାକେ—ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଶ୍ରେଷ୍ଠ ; ପ୍ରଧାନ —୧. Chief.

ତରଳ ତାରକାହାରମୟୀ ନାକନାଗରୀକା ରାଧାନାଥ. ଉଷା

୨. ଉତ୍କୃଷ୍ଟ —୨. Excellent.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

୧. ପ୍ରଜାଙ୍କର ରାଜାଙ୍କୁ ପ୍ରଣାମ କରିବା ଉପଲକ୍ଷରେ ଦେବା ଭେଟି —୧. Present given to a kind by a subject after making obeisance.
୨. ରାଜା ଓ କ୍ଷତ୍ରିୟମାନଙ୍କ ଘରେ ବୈବାହିକ ମହାପ୍ରସାଦ ନିର୍ବନ୍ଧର ଅଙ୍ଗବିଶେଷ; ଟିକାଲାଗି — ୨. The ceremony of betrothal amongst the Kshatriyas.

[ଦ୍ରଷ୍ଟବ୍ୟ — ଏଥିରେ କନ୍ୟାପକ୍ଷର ଅଭିଭାବକ ବର ଘରକୁ ଯାଇ ତାଙ୍କୁ ନବବସ୍ତ୍ର ଓ ଅଳଙ୍କାରାଦି ଦେଇ କନ୍ୟାପ୍ରଦାନ କରିବାକୁ ସଂକଳ୍ପ ପୂର୍ବକ ତାଙ୍କ ମୁଣ୍ତରେ ଟିକା ବା ଟୋପାଟିଏ ମାରି ଦିଅନ୍ତି]

୩. ଏକ ରାଜଧାନୀକୁ ଆଗୃତ ଅନ୍ୟଦେଶର ରାଜାଙ୍କୁ ପ୍ରଥମ ରାଜଧାନୀର ଅଧୀଶ୍ୱରଙ୍କ ଗୃହରେ ଭୋଜନ କରିବା ନିମନ୍ତେ କରାଯିବା ସବିଧି ନିମନ୍ତ୍ରଣ — ୩. A formal invitation for dinner sent by a Raja to a brother-chief during his visit to the former's capital.

[ଦ୍ରଷ୍ଟବ୍ୟ — ଅର୍ଘ୍ୟ, ପୁଷ୍ପ. ଧୁପ ଦୀପ ଓ ପଟ୍ଟୁବସ୍ତ୍ରାଦି ଦେଇ ଏ ନିମନ୍ତ୍ରଣ କରାଯାଏ]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଗୋରୁଆଦିଙ୍କ ମୁଣ୍ଡରେ ଥିବା ଚାନ୍ଦ — Big white patch found on the head of coloured cattle.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -[ସମ୍ପାଦନା]

ଚାନ୍ଦିଆ; ଯେଉଁ ଗୋରୁ ମୁଣ୍ଡରେ ଚାନ୍ଦ ଥାଏ —(cattle) Having a white patch on the head.