ଟିକ୍ଟିକ୍

ଉଇକିଅଭିଧାନ‌ରୁ

ଟିକ୍ଟିକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଟିକ୍ଟିକ୍ ଶବ୍ଦ କରିବା ଯୋଗୁଁ ; ସଂସ୍କୃତ - ଟଟ୍ଟନୀ)— ଝିଟିପିଟି; ପଲ୍ଲି; ଗୃହଗୋଧିକା — ୧. The house-lizard; the house gecko; Hemidactylus.
୨. (ସଂସ୍କୃତ - ସ୍ତୋକ) ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ — ୧. Particles; tiny bits.
୩. ଶାଖାଶ୍ରୟୀ ପିନ୍ଧିବିଶେଷ — ୩. Reed warbler (a sweet singing bird); Acrocephalus Calamoherpe.

ମୃଦୁ ନାଦେ ର଼ଟେ ଟିକଟିକ ବିହଙ୍ଗ କାଙ୍ଗଳବାସୀ— ରାଧାନାଥ. ଭବଂଶୀ

[ଦ୍ରଷ୍ଟବ୍ୟ —ଏହା ପ୍ରାୟ ୮ ଆଙ୍ଗୁଳି ଲମ୍ୱ ହୁଏ ଏହାର ଦେହ ଈଷ୍ତ୍ ହଳଦିଆ ଏହା କୀଟ ପତଙ୍ଗ ଆଦି ଖାଏ ଏହାର ଗାନ ମଧର ]

ଅନୁବାଦ[ସମ୍ପାଦନା]

(ଇଂରାଜୀ - ଟ୍ରାଙ୍ଗଲ; ସଂସ୍କୃତ - ତ୍ରିକାଷ୍ଠ) ତିନିଖଣ୍ଡ ତେରଛା ଦଣ୍ଡକୁ ଭୁମିରେ ଠେସ ଲଗାଇ ଠିଆ କରାଯିବା ଯନ୍ତ୍ର. ଯହିଁରେ ଦଣ୍ଡିତ ବ୍ୟକ୍ତିର ହାତଗୋଡ଼କୁ ବାନ୍ଧି ତା ପିଠିରେ ବା ପିଚାରେ ବେତ ଦିଆ ଯାଏ — ୪. Triangle; a triangular form to which offenders are tied and caned.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡ଼ିଟେକ୍ଟିଭ୍)[ସମ୍ପାଦନା]

ଚୋରା ପୁଲିସ୍; ଗୁପ୍ତ ଚର —Detective; detective police.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ବିଭକ୍ତ — Divided in to tiny bits.

(ଯଥା— ଟିକ୍ଟିକ୍କାଗଜତକ ପବନରେ ଉଡ଼ିଗଲା)

ଅନୁବାଦ[ସମ୍ପାଦନା]

ଦେଶଜ - ଅ . (ଧ୍ୱନ୍ୟନୁକରଣ)[ସମ୍ପାଦନା]

ବାଚ୍ ଓ ଘଡ଼ିର ଠକଠକ ବାଜିବା ଶବ୍ଦ —The ticking sound of a clock or watch.