ଟିପ

ଉଇକିଅଭିଧାନ‌ରୁ

ଟିପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂରାଜୀ - ଟିପ୍ =ଅଗ୍ରଭାଗ)[ସମ୍ପାଦନା]

୧. ଅଙ୍ଗୁଳିର ଅଗ୍ରଭାଗ — ୧. Finger-tip.
୨. ଅଙ୍ଗୁଳିର ଅଗ ପବ — ୨. The top phalanx of a finger.
୩. ଦୁଇ ଆଙ୍ଗୁଠିର ଅଗ ମଧ୍ୟରେ ଧରା ଯିବା (ନାସ ଆଦିର)ପରିମାଣ —୩. A quanity of powdered thing held between the phalanges of ୨ fingers; a pinch (e.g. of snuff.)

(ଯଥା—ମିଶ୍ରେ ଆପଣେ! ଟିପେ ନାସ ଶୁଘିଂ ବ କି?)

ଅନୁବାଦ[ସମ୍ପାଦନା]

୪. ଆଙ୍ଗୁଠିର ଅଗ୍ରଭାଗ ଅନ୍ୟ ବସ୍ତୁ ଦେହରେ ଚାପି ହୋଇ ଯାଇଥିବାର ଚିହ୍ନ —୪. Mark left by the phalanx of the finger; finger- impression.
୫. କରଜପତ୍ର; ତମସ୍ତୁକ —୫. Bond.
୬. ଟିପଚିହ୍ନ; ପକ୍ଷ,ଆସାମୀ ବା ମୁଦାଲାମାନେ ରାଜକୀୟ ଆଦେଶ ବା ବିଧି ଅନୁସାରେ (ରେଜିଷ୍ଟରିଖାନା ବା ଥାନା ବା ଜେଲଖାନାରେ)ବାମହସ୍ତର ବୁଢ଼ାଆଙ୍ଗୁଠି ଅଗରେ କାଳି ବୋଳି କାଗଜରେ ଯେଉଁ ଚିହ୍ନ ଲଗାନ୍ତି — ୬. Left hand thumnb-impression left on a bit of paper.

[ଦ୍ରଷ୍ଟବ୍ୟ — ବହୁବର୍ଷ ବ୍ୟାପୀ ବୈଜ୍ଞାନିକ ଗବେଷଣାଦ୍ୱାରା ଦେଖାଯାଇ ଅଛି ଯେ ପ୍ରତ୍ୟେକ ଲୋକର ଟିପ ଉପରେ ଥିବା ରେଖାମାନ ଅନ୍ୟ ବ୍ୟକ୍ତିର ଟିପର ରେଖା ସଙ୍ଗେ ସମାନ ନୁହେଁ ଏଥିପାଇଁ ଲଷେ ଲୋକଙ୍କ ଟିପଚିହ୍ନ ମଧ୍ୟରେ କୌଣସି ବିଶିଷ୍ଟ ଲୋକର ଟିପଚିହ୍ନ ବାରି ହେଇ ପଡ଼ିବ ସାଧାରଣତଃ ଦଲିଲ ଆଦିରେ ବାମହସ୍ତ

ବୃଦ୍ଧାଙ୍ଗୁଠିର ଟିପଚିହ୍ନ ଦିଆଯାଏ ପରୀକ୍ଷାଦ୍ୱାରା ଦେଖା ଯାଇଅଛି ଯେ ମନୁଷ୍ୟର ହାତର ଦଶଆଙ୍ଗୁଠିରେ ଯେଉଁ ସବୁ ଶଙ୍ଖ ଚକ୍ରାଦି ଆକୃତିର ସରୁ ରେଖା ମାନେ ଅଛି ବୟସବୃଦ୍ଧି ସଙ୍ଗେ ମନୁଷ୍ୟ ଆକାରରେ ବଢ଼ିଲେ ସୁଦ୍ଧା ତହିଁର ରୀତି ବଦଳେ ନାହିଁ ଏଥିପାଇଁ ଆଜି ଯାହା ହାତରେ ଟିପଚିହ୍ନ ନିଆଯଆଇ ଥିବ ୧ ବର୍ଷ ପରେ ମଧ୍ୟ ତାହାର ଟିପଚିହ୍ନ ନେଲେ ପ୍ରତ୍ୟେକ ଆଙ୍ଗୁଠିର ଟିପଚିହ୍ନ ମଧ୍ୟରେ ସାମଞ୍ଜସ୍ୟ ଲକ୍ଷିତ ହେବ ଏଥିପାଇଁ ଦାଗୀ ଓ ବନ୍ଦୀମାନଙ୍କର୧ଟି ଯାକ ଆଙ୍ଗୁଠିର ଟିପଚିହ୍ନ ନିଆଯାଏ କିନ୍ତୁ ସାଧାରଣତଃ ଦଲିଲ ମାନଙ୍କରେ କେବଳ ବାଆଁହାତ ବୁଢ଼ାଆଙ୍ଗୁଠିର ଟିପଚିହ୍ନ ନିଆଯାଏ କାହିଁକି? ପରୀକ୍ଷାଦ୍ୱାରା ଦେଖାଯାଇଅଛି ହାତର ସବୁଆଙ୍ଗୁଠି ମଧ୍ୟରେ ଉକ୍ତ ଆଙ୍ଗୁଠି ଉପରେ ସର୍ବାପେକ୍ଷାକମ୍ କାମବା ଚପଟ ପଡ଼େ; ଏଥିପାଇଁ ତାହା କ୍ଷତ ବା ନଷ୍ଟ ହେବାର ସଂଭାବନା ଅନ୍ୟ ଆଙ୍ଗୁଠି ମାନଙ୍କ ଅପେକ୍ଷା କମ୍; ଏଥିପାଇଁ ଉକ୍ତ ଆଙ୍ଗୁଠିର ଟିପଚିହ୍ନ ପୁଣି ନିଆଯାଇ ଉଭୟ ଟିପଚିହ୍ନକୁ ତୁଳନା କରି ଉକ୍ତ ମନୁଷ୍ୟକୁ ଚିହ୍ନଟ କରି ହେବ, ଏହି ଆଶାରେ ଉକ୍ତ ଆଙ୍ଗୁଠିର ଟିପଚିହ୍ନ ନିଆଯାଏ କିନ୍ତୁ ପରେ ସେ ଆଙ୍ଗୁଠି କ୍ଷତ ହେଲେ ବା କଟି ଗଲେ ପ୍ରଥମେ ନିଆଯିବା ଟିପଚିହ୍ନଦ୍ୱାରା ଉକ୍ତଲୋକକୁ ଚିହ୍ନଟ କରିବା ଅସଂଭବ] 

ଅନୁବାଦ[ସମ୍ପାଦନା]

୭. ତାସ୍ ବା ଗଞ୍ଜପା ସାରରେ ୧ଠାରୁ ୧ପର୍ଯ୍ୟନ୍ତ ସଂଖ୍ୟା ନିର୍ଦ୍ଦେଶକ ବିନ୍ଦୁ — ୭. points (from ୧to ୧୦) marked on a playing card.