ଟିପିବା

ଉଇକିଅଭିଧାନ‌ରୁ

ଟିପିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଟିପ୍ ଧାତୁ=ଚାଳନ,ପ୍ରେରଣ)[ସମ୍ପାଦନା]

୧. ନଖ ଆଦିଦ୍ୱାରା ସାମାନ୍ୟ ଆଘାତ କରିବା; ଉସ୍କେଇବା ୧. To pinch softly;to titilate; to hurt softly; to tip.

ମୋତେ ତୁଛା କର ଭୋରୁ ମୁଁ ନଖରଖର ଟିପୁଁ ଚେଚି ଲାଜେ ଜରଜର ଭଞ୍ଜ. ପ୍ରେମସୁଧାନିଧି

୨. ଟିପଦ୍ୱାରା ଆଘାତ କରିବା ବା ଚିପିବା — ୨. To strike or press with the tip of the finger.

କେତେକ ଲୋକ ତହିଁ ମୃଦଙ୍ଗ ଟିପିଲେ କୃଷ୍ଣସିଂହ. ମହାଭାରତ. ଆଦି

୩. ଅଙ୍ଗମାନଙ୍କୁ ଆଙ୍ଗୁଠିଦ୍ୱାରା ମୋଡ଼ିବା ବା ଘଷିବା; ମର୍ଦ୍ଦନ କରିବା —୩. To perform message on the body; to rub the body with the fingers; to press.
୪. ସ୍ମରଣାର୍ଥେ କୌଣସି ବିଷୟ ସଂକ୍ଷେପରେ ଲେଖି ରଖିବା; କୌଣସି କଥା ସଂକ୍ଷେପରେ ଲେଖିବା; ନୋଟ୍ କରିବା — ୪. To note down; to jot down anything for future reference.
୫. ଆଖିମାରିବା; ଠାର ବା ସଙ୍କେତଦ୍ୱାରା କୌଣସି ଭାବ ପ୍ରକାଣ କରିବା —୫. To convey one's idea by signs, winks or glances.


୬. ଗୋପନରେ କହିବା; କାନରେ ତୁନି କରି କହିବା — ୬. To report a thing privately or in whispers; to hint.

ଟିପି ଦେଲେ କଂସ ଆଗେ କେ ନୃଶଂସ ନନ୍ଦବନ୍ଦୀ ହେବେ ଟୋପେ କବିସୂର୍ଯ୍ୟ. କିଶୋରୀଚମ୍ପୁ ଟ ଗୀତ

୭. ଉତ୍ତେଜିତ କରିବା; ହସ୍ତୀ, ଅଶ୍ୱ ଆଦିଙ୍କୁ ଚାଳିତ କରିବା — ୭. To goad to action; to drive a horse or elephant.

ତ୍ରି ଗର୍ତ୍ତ ଦେଶ ରାଜା ଶୁଣିଣ କୋପିଲେ ମାରିବାକୁ ତାହାଙ୍କୁ ହାତୀ ଟପି ଦେଲେ କୃଷ୍ଣସିଂହ. ମହାଭାରତ. ବନ

୮. (ବନ୍ଧୁକର ଗୁଳି, ଶର, ଟେକା ଆଦିକୁ) ଲକ୍ଷ୍ୟ ବସ୍ତୁ ପ୍ରତି ଫିଙ୍ଗିବା —୮. To despatch (a ball, stone etc) towards an aim; to throw at.
୯. ସିଲେଇ କରିବା; ଟିପେ ଦିଟିପ ସେଇଁ ଦେବା — ୯. To sew a stitch or two.

(ଯଥା—ଏ ଚିରା ଲୁଗା ଖଣ୍ଡ ଠାଏ ଦୁଇଠାଆ ଟିପି ଦେଇ ସାରି ତୁମ ସାଙ୍ଗେ ଯିବି)

[ଦ୍ରଷ୍ଟବ୍ୟ —'ଟିପିବା' କ୍ରିୟାର ଅସମାପିକାରୂପ ସଙ୍ଗେ ଆଣିବା, ଦେବା, ନେବା, ପକା(କେ)ଇବା କ୍ରିୟାର ସମାପିକାରୂପ ବ୍ୟବହୃତ ହୁଏ]