ଠିଆ ହେବା

ଉଇକିଅଭିଧାନ‌ରୁ

ଠିଆ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଥିର ତୁଳ; ପ୍ରା. ଠିଆ କିମ୍ୱା ସ୍ଥା ଧାତୁ ଷ୍ଠା=ଠିଆ)[ସମ୍ପାଦନା]

୧. ଛିଡ଼ା ହେବା; ଗୋଡ଼ରେ ଦଣ୍ଡାୟମାନ ହେବା —୧. To stand on the legs; to stand up.
୨. ଲମ୍ୱ ବାଗରେ ଅବସ୍ଥାନ କରିବା; ଭୂପୃଷ୍ଠ ସଙ୍ଗେ ସମକୋଣ ଉତ୍ପନ୍ନ କରି ଅବସ୍ଥାନ କରିବା — ୨. To stand erect or perpendicularly; to stand on end.

(ଯଥା—ବାଘକୁ ଦେଖି ଦେହର ରୁମଯାକ ଠିଆ ହୋଇଗଲା)

୩. ବିଦ୍ୟମାନ ହେବା; ଅବସ୍ଥାନ କରିବା — ୩. To be present.

(ଯଥା—ସେ ଗଛଟା ତିନି ବର୍ଷ ହେଲା ମରି ସେହିପରି ଠିଆ ହୋଇ ରହିଅଛି)

୪. ମସ୍ତକ ଉତ୍ତୋଳନ କିରବା — ୪. To raise one's head.

(ଯଥା—ଲଜ୍ଜାରେ ମୁଁ ଦାଣ୍ଡରେ ଠିଆ ହୋଇ ପାରୁ ନାହିଁ)

୫. (ଲିଙ୍ଗ) ଉଦ୍ରିକ୍ତ ହେବା —୫. To become rigid and erect (said of the male organ).
୬. ବିପକ୍ଷତା ଆଚରଣ କରିବା — ୬. To stand against.

(ଯଥା—ସେ ସର୍ବଦା ମୋ ବିପକ୍ଷରେ ଠିଆ ହେଉଅଛନ୍ତି)

୭. ସମକକ୍ଷ ହେବା; ପ୍ରତିଯୋଗୀ ହେବା — ୭. To cope (with); to vie (with).

(ଯଥା—ବଳରେ ଭୀମ ଆଗରେ ଠିଆ ହେବାରୁ କୌରବ— ମାନଙ୍କ ମଧ୍ୟରେ ଜଣେ କେହି ବୀର ନ ଥିଲେ)

୮. ଅନୂସରଣ ବା ପ୍ରାର୍ଥନାର ପୂରଣାର୍ଥ କୌଣସି ବ୍ୟକ୍ତିଙ୍କ ନିକଟରେ କିଛି କାଳ ଟାକି ରହିବା —୮. To dance attendance on a person for the grant of some prayer; to wait upon a person.

(ଯଥା—ସେତ ଏଥର କେତେ କାହା ଦୁଆରେ ଠିଆ ହଉହଉ ତା ଦିନ ସରିବ ନାହିଁ)

୯. (ଲକ୍ଷଣାର୍ଥ) ଉପଯୁକ୍ତ ହେବା; ଯୋଗ୍ୟ ହେବା — ୯. (figurative) To stand on one's own legs.

(ଯଥା—ତା ପିଲାଟିମାନ ଆଜି ସରିକି ଦାଣ୍ଡରେ ଠିଆ ହେଲେ)

୧. (ଲକ୍ଷଣାର୍ଥ) ଗୃହ ଆଦି ସମ୍ପୂର୍ଣ୍ଣରୂପେ ନିର୍ମିତ ହେବା; ସମାପ୍ତ ହେବା —୧୦. (figurative) (a house) To be erected or completed.
୧୧. (ଲକ୍ଷଣାର୍ଥ) (କୌଣସି ଅନୁଷ୍ଠାନ) ଅନୁଷ୍ଠିତ ହେବା — ୧୧. To be started.
୧୨. (ଲକ୍ଷଣାର୍ଥ) ନିର୍ବାଚନ ପାଇଁ ପ୍ରାର୍ଥୀ ହେବା — ୧୨. To stand as a candidate for an Election.

[ ଦ୍ର—ଇଂରାଜିରେ ଷ୍ଟାଣ୍ଡ (stand) ପରି ଠିଆ ହେବାର ଅନେକ ଲକ୍ଷଣସୂଚକ (figurative) ବ୍ୟବହାର ଦେଖାଯାଏ]

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା, ରହିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]