ଠିକ

ଉଇକିଅଭିଧାନ‌ରୁ

ଠିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନିଶ୍ଚୟ —୧. Surety; precision; accuracy.
୨. ସମଷ୍ଟି —୨. Addition; summing up; total.

ଗରଭ ହୋଇଥିବା ଗାଇଟି ମାନଙ୍କ ନାମ ପକାଇଲେ କରଣେ କରି ଠିକ—କୃଷ୍ଣସିଂହ. ମହାଭାରତ. ବନ

୩. ସ୍ଥିରତା —୩. Fixity; stability.
୪. ସଂକ୍ଷିପ୍ତ ବା ସାରକଥା —୪. Summary.

ଯେତେ କହିଲ ବେଦ ଠିକ—ପ୍ରାଚୀ ନିର୍ଗୁଣମାହାତ୍ମ୍ୟ

ବିଶେଷଣ -[ସମ୍ପାଦନା]

୧. ସାର; ବହୁମୁଲ୍ୟବାନ୍ (କଥା) — ୧. Very valuable.

(ଯଥା—ଠିକ କଥା ପଦେ ଓ ସମୟରେ ଶୁଣା ଯାଉ ନାହିଁ)

୨. ସୁନ୍ଦର; ମନୋହର — ୨. Charming; graceful; nice.

ଆରେ ଠିକହାସି ! ଠକପଣ ପୁଣି କିଛି ଥାଏ ମିଶି—କବିସୂର୍ଯ୍ୟ ସଙ୍ଗୀତ

୩. ସମ୍ପୂର୍ଣ୍ଣ ଅକ୍ଷୂର୍ଣ୍ଣ —୩. Complete; full.

ଠିକଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ—କବିସୂର୍ଯ୍ୟ କିଶୋରୀଚମ୍ପୂ ଠ ଗୀତ