ଠିକ୍

ଉଇକିଅଭିଧାନ‌ରୁ

ଠିକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥାବ୍ ଧାତୁ= ସଂବୃତି, ଗୋପନ; କିମ୍ୱା ସ୍ତଗ୍, ଷ୍ଟକ୍ ଧାତୁ=ପ୍ରତିଘାତ)[ସମ୍ପାଦନା]

୧. ପ୍ରକୃତ; ଯଥାର୍ଥ — ୧. Actual; exact.

(ଯଥା—ମୁଁ ଆପଣଙ୍କ ଘଟଣାର ଠିକ୍ ବିବରଣ କହୁଛି)

୨. ଶୁଦ୍ଧ; ଅଭାନ୍ତ —୨. Correct; right.

(ଯଥା—ଏ ଛାତ୍ରର ଅଙ୍କ ଖଣ୍ଡିକ ଠକ୍ ହୋଇଛି)


୩. ଉପଯୁକ୍ତ —୩. Fit; fitting; proper.

(ଯଥା—ଠିକ୍ ସମୟରେ ନ ଶୋଇଲେ ମୋ ଦେହ ବିଗିଡ଼େ)

୪. ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ସମୟରୁ କ୍ଷଣମାତ୍ର ବେଶି ବା କମ୍ ନୁହେଁ —Precise; punctual.

(ଯଥା—ସେ ଠିକ୍ ୧୨: ବେଳେ ଆସି ପହଞ୍ଚି ଗଲା)

୫. ତଚ୍ଛରୂପ; ସ୍ୱାଭାବିକ —୫. Natural.

(ଯଥା—ବିରାଡ଼ିଟା ଠିକ୍ ବାଘଛୁଆ ପରି ଦିଶୁଛି)

୬. ସତ୍ୟ —୬. True.

(ଯଥା—ସାକ୍ଷୀ ହାକିମଙ୍କ ଆଗରେ ହଲପ ନେଇ ଠିକ୍ କଥା କହି ଗଲା)

୭. ଅବିକଳ —୭. Genuine; exact.

(ଯଥା—ଏ ପିତଳ ଖଣ୍ଡିକ ଠିକ୍ ସୁନା ପରି ଦେଖାଯାଉଛି)

୮. ନିଶ୍ଚିତ —୮. Certain; accurate.

(ଯଥା—ହଜି ଥିବା ବଳଦର ଠିକ୍ ଖବର ମୁଁ ପାଇଲି ନାହିଁ)

୯. ସ୍ଥିର; ନିଶ୍ଚଳ —୯. Sure; stable; fixed.

(ଯଥା—ଘୋଡ଼ା ପିଠିରେ ଠିକ୍ ଆସନ୍ନ ଜମାଇ ବସି ନ ପାରିଲେ ତୁମେ ଖସି ପଡ଼ିବ)

୧. ନ୍ୟାୟପର; ସତ୍ — ୧୦. Upright; just; honest; righteous.

(ଯଥା—ରାଜା ଠିକ୍ ବିଚାର କଲେ)

୧୧. ସ୍ଥିରୀକୃତ; ନିଶ୍ଚିତ —୧୧. Certain; ascertained.

(ଯଥା—ମକରମାସର ୮ ଦିନକୁ ବିବାହ ଠିକ୍ ହେଲା)

୧୨. ଦୋଷଶୂନ୍ୟ — ୧୨. Faultless; free from blemishes.

(ଯଥା—ଏ ପିଲାଟାର ଆଚରଣ ଠିକ୍ ଅଟେ)

୧୩. ଅପରିବର୍ତ୍ତନୀୟ; ଅଟଳ — ୧୩. Firm; unchangeable.

(ଯଥା—ଆମ ସାଆନ୍ତଙ୍କ ଜବାବ୍ ଠିକ୍ ଅଟେ)

୧୪. ଆଚ୍ଛା; ସୁନ୍ଦର; ଉତ୍ତମ —୧୪. Good.

(ଯଥା—ଛାମୁଙ୍କ ମିଞ୍ଜାସ୍ ଠିକ୍ ଥିଲାବେଳେ ମୋ ଗୁହାରିଟା ଛାମୁରେ ପଡ଼ିଗଲା)

୧୫. ସୁଶାସିତ —୧୫. Brought under control.

(ଯଥା—ଚାବୁକସୁଅର ଦୁଷ୍ଟ ଘୋଡ଼ାକୁ ଠିକ୍ କରିଦେଲା)

୧୬. ସୁଧାରାକୁ ଆନୀତ; ସୁଧୁରିଥିବା — ୧୬. Set right.

(ଯଥା—ଘଡ଼ିବାଲା ବିଗିଡ଼ିଥିବା ଘଣ୍ଟାକୁ ଠିକ୍ କରି ଦେଲା)

୧୭. ସୁବ୍ୟବସ୍ଥିତ — ୧୭. Nicely arranged; well organised.

କ୍ରି. ବିଶେଷଣ -[ସମ୍ପାଦନା]

୧. ସତ୍ୟରେ; ସତେ ସତେ —୧. Truly.
୨. ସମ୍ପୂର୍ଣ୍ଣରୂପେ —୨. Fully; completely.
୩. ନିଶ୍ଚିତରୂପେ; ନିର୍ଦ୍ଦିଷ୍ଟରୂପେ — ୩. Certainly; surely.
୪. ନିୟମିତରୂପେ —୪. Punctually.
୫. ପ୍ରକୃତିରେ —୫. Actually.
୬. ଅବିକଳ —୬. Exactly.
୭. ନ୍ୟାୟତଃ —୭. Righteously; justly.
୮. ଅବିକଳ —୮. Exactly.
୯. ଉପଯୁକ୍ତରୂପେ —୯. Properly.
୧. ଅଭ୍ରାନ୍ତରୂପେ —୧୦. Correctly; unerringly.
୧୧. କ୍ଷଣମାତ୍ର ଆଗପଛ ନ କରି —୧୧. Punctually.
୧୨. ସମାନଭାବରେ —୧୨. Equally.
୧୩. ସୁନ୍ଦରଭାବରେ —୧୩. Nicely; well.