ଠୁକୁଠୁକୁ
ଦେଖଣା
ଠୁକୁଠୁକୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ଧ୍ୱନ୍ୟନୁକରଣ) ଅ (ବହୁବଚନ)
[ସମ୍ପାଦନା]ଦୁଇଟି ପଦାର୍ଥରେ ଆଘାତ ଜନିତ ଧୀର ଅନୁଚ୍ଚ ଶବ୍ଦ; ମୃଦୁ ଆଘାତଜନିତ ଶବ୍ଦ —Tapping sound; sound of gentle strokes on hard substance; ticking sound.
ବାଡ଼ି ଠୁକୁ ଠୁକୁ କାନ ଜଡ଼ବା, ବାଟେ ଦ୍ୱିଜବର ଦେଖିବ ଏକା, ପାଆକେ କୁମ୍ଭାର କୋଶକେ ତେଲି ବାପଘର ହେଲେ ନ ଯିବ ପେଲି—ଡାକଋଷି ବଚନ
[ଦ୍ରଷ୍ଟବ୍ୟ —ଠକ ଠକ ଶବ୍ଦଠାରୁ ଠୁକୁ ଠୁକୁ ଶବ୍ଦ କ୍ଷୀଣତର ବଢ଼େଇମାନେ ସାଧାରଣତଃ ହତିଆରଦ୍ୱାରା କାଠ କାଟିଲା ବେଳେ 'ଠକଠକ' ଶବ୍ଦ ହୁଏ, କିନ୍ତୁ ଛୋଟ ହତିଆରରେ ସୂକ୍ଷ୍ମ କାମ କଲା ବେଳେ ଠୁକୁଠୁକୁ ଶବ୍ଦ ଶୁଣାଯାଏ]
ବିଶେଷ୍ୟ -
[ସମ୍ପାଦନା]ଗୃହର ଆଭ୍ୟନ୍ତରୀଣ କଳହ, ଯାହାକି ସାଧାରଣରେ ପ୍ରଘଟ ହୋଈ ନ ଥାଏ —Slight bickerings in a family, which is not known to outsiders.