ଡାକ

ଉଇକିଅଭିଧାନ‌ରୁ

ଡାକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଡାକିନୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ଶିବନୁଚରବିଶେଷ; ପିଶାଚଗଣବିଶେଷ — A class of Ṡiba's attendants.

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡ.=ଶବ୍ଦ; ଡକାର=ଶବ୍ଦକରଣ)

୧. ଚିତ୍କାର —୧. Halloo; shout.
୨. ଧ୍ୱନି; ଉଚ୍ଚଶବ୍ଦ; ରବ — ୨. Loud sound.

ସେହି କାଳରେ କଲା ଭଡ଼ ଭଡ଼ ଡାକ କୃଷ୍ଣସିଂହ, ମହାଭାରତ. ବନ

୩. ଗର୍ଜନ ଶବ୍ଦ —୩. Roaring sound.
୪. ଡାକରା; ଆହ୍ୱାନ —୪. Call.
୫. ଜୀବ ଜନ୍ତୁଙ୍କ ରବ — ୫. The sound produced by an animal.
୬. ଉପସ୍ଥିତି ହେବାପାଇଁ ତଲବ —୬. Summons.
୭. ରାବ; କଣ୍ଠ ଧ୍ୱନି —୭. Voice; sound from the mouth.
୮. ପ୍ରେରିତ ପତ୍ରାଦିକୁ ସ୍ଥାନାନ୍ତରଣକୁ ବହି ନେବାର ରୀତି — ୮. Post; mail.

[ଦ୍ରଷ୍ଟବ୍ୟ — ପୂର୍ବକାଳରେ ବାଟରେ ବାଘ, ଭାଲୁ, ଚୋର, ଆଦିଙ୍୘ର ଭୟ ଥିବାରୁ ପତ୍ରବାହାକମାନେ ଡାକି ଡାକି ବା ଚିତ୍କାର କରି କରି ଯାଉ ଥିବାରୁ ଦୁରଦେଶକୁ ପତ୍ରାଦି ପ୍ରେରଣର ଏହି ନାମ ଦିଆଯାଇ ଅଛି]

୯. ପୋଷ୍ଟଦ୍ୱାରା ପ୍ରେରିତ ଚିଠି ପତ୍ରାଦି — ୯. Mail; postal articles.
୧. ଦ୍ରୁତବେଗରେ ଓ ବାଟରେ ନ ଥାମି ଯାନବାହାନଦ୍ୱାରା ଏକ ସ୍ଥାନରୁ ଦୁର ଦେଶକୁ ଯିବା ନିମନ୍ତେ ମଝିରେ ମଝିରେ ନୂଆ ଘୋଡା ବା ବେହେରା ବଦଳାଇବାର ବନ୍ଦୋବସ୍ତ —୧୦. Stage; the system of keeping ready relays of horses or bearers at intervals for continuning lond journeys in conveyance without any Stoppage.
୧୧. ସରକାରୀ କର୍ମଚାରୀଙ୍କ ନିକଟକୁ ପ୍ରତିଦିନ ଯିବା ଆସିବା ପତ୍ରାଦି —୧୧. Letters received and sent by an official daily.

ଅନୁବାଦ[ସମ୍ପାଦନା]

୧୨. ଡାକ କାମ; ପ୍ରତିମା ଆଦି ଉପରେ ସଜାଇବାର ଓ ଜଡାଇବାର ରଙ୍ଗତା; ପତ୍ନୀ —୧୨. Finery; tin foil.

ଅନୁବାଦ[ସମ୍ପାଦନା]

୧୩. ଡାକ ଋଷି; ଯେଉଁ ପ୍ରାଚୀନ ଋଷି ପ୍ରବଚନ ଆଦି ରଚନା କରି ଥିବାର କଥିତ —୧୩. A name by which the imaginary author of some wise sayings author of some known.
୧୪. ବୋଲି; ଜନଶ୍ରୃତି; ପ୍ରବାଦ —୧୪. Saying; tradition.


୧୫. ପରିଶ୍ରମ କରିବା ସମୟରେ ଶ୍ରମାପନୋଦନାର୍ଥ କେଉଟ, ସବାରି ବେହେରା ଓ କୁଲୀପ୍ରଭୁତିଙ୍କର ବୋଲିବା ପଦ — ୧୫. Vociferations of palki-bearers, coolies and boatmen while engaged in their work.
୧୬. ଖ୍ୟାତି; ସୁଖ୍ୟାତି —୧୬. Reputation.
୧୭. ଉଚ୍ଚସ୍ୱରରେ ଡାକିଲେ ଯେତେ ଦୂରତାରୁ ଶବ୍ଦ ଶୁଣା ଯାଏ —୧୭. A distance from which a man's hallooing or shouts can be heard.

(ଯାଥା—ତାଙ୍କ ଘର ମୋ ଘରଠାକୁ ଡାକେ ହେବ).

୧୮. କୌଣସି ସମ୍ପତ୍ତି ପ୍ରକାଶ୍ୟ ନିଲାମ ହେଲା ବେଳେ ଗ୍ରହଣେଚ୍ଛୁ ମାନଙ୍କର ଅଭିପ୍ସିତ ମୂସ୍ୟର ଉଚ୍ଚୈଃସ୍ୱରରେ ଉଲ୍ଲେଖ —୧୮. Bidding of auction-pur chasers at a public sale.
୧୯. ଉଚ୍ଚୈଃସ୍ୱରରେ ଆର୍ତ୍ତ ବ୍ୟକ୍ତିର ପ୍ରାର୍ଥନା — ୧୯. A loud prayer of a person in distress.

ବିଶେଷଣ -[ସମ୍ପାଦନା]

ବିଖ୍ୟାତ —Famous; notorious.

ସାଆନ୍ତ ସାଇରେ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜାଙ୍କ ଘର ଏଥିପାଇଁ ଖୁବ୍ ଡାବ ଫକୀରମୋହନ. ଛମାଣ ଆଠଗୁଣ୍ଠ