ଡାଳିମ୍ୱ

ଉଇକିଅଭିଧାନ‌ରୁ

ଡାଳିମ୍ୱ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାଡ଼ିମ୍ୱ, ଦାଳିମ୍ୱ, ଦାଡ଼ିମ)[ସମ୍ପାଦନା]

୧. ପ୍ରସିଦ୍ଧ ଅମ୍ଳମଧୁର ରୁଚିକର ବହୁବୀଜ ଫଳ ଓ ବୃକ୍ଷ — ୧. Pomegranate (fruit and tree) Punica Granatum.

[ଦ୍ରଷ୍ଟବ୍ୟ —ଏହାର ଗଛ ସରୁ ଓ ବୁଦାଳିଆ ଓ ଫୁଲ ନାଲି ଏ ଭାରତର ସର୍ବତ୍ର ଦେଖାଯାଏ ରସୁଆଳ ମାଟିରେ ଏ ଗଛ ଭଲ ରୂପେ ବଢ଼େ ନାହିଁ ଯେଉଁ ଡାଳିମ୍ୱର ମଞ୍ଜି ମଧ୍ୟରେ ଆଦୌ ଟାଣୁଆଁ ଅଂଶ ବା ଦାନା ନ ଥାଏ ତାକୁ 'ବେଦାନା' ବୋଲାଯାଏ ଓ ଯହିଁର ମଞ୍ଜି ମଧ୍ୟରେ ଟାଣୁଆଁ ଦାନା ଥାଏ ତାହାକୁ ଅନାର୍ ବୋଲାଯାଏ କାବୁଲ ଆଦି ପଶ୍ଚିମାଞ୍ଚଳର ଡାଳିମ୍ୱ ବଡ଼ ଓ ସୁମିଷ୍ଟ ଏବଂ ସେହି ଅଞ୍ଚଳରୁ ଏ ଫଳ ଆମ ଦେଶକୁ ଆମଦାନି ହୁଏ ସୁପକ୍ୱ ଫଳ ନ ପଚି ବହୁ ଦିନ ରହେ ଡାଳିମ୍ୱମଞ୍ଜିଗୁଡ଼ିକ ଦେଖିବାକୁ ସୁନ୍ଦର, ସୁଗଠିତ ଓ ସ୍ତନ୍ୟସ୍ତ ଥିବାରୁ ସୁନ୍ଦର ଦାନ୍ତକୁ କବିମାନେ ଡାଳିମ୍ୱ ମଞ୍ଜି ସଙ୍ଗେ ତୁଳନା କରି ଥାଆନ୍ତି]

୨. (ଡାଳିମ୍ୱ ଉପରୁ ଚୋପା ଛଡ଼ାଇଲେ ଯେପରି ଦେଖା— ଯାଏ ସେହିପରି ଦେଖା ଯିବାରୁ) ଚାଉଳବଟାକୁ ଘିଅରେ ପୁଆଇ କରାଯିବା ଏକ ପ୍ରକାର ବଡ଼ ଲଡ଼ୁ— (ଏହାର ଆକାର ଆତ ଫଳ ପରି) — ୨. A kind of sweatmeat prepared by frying flour paste in ghee (having the appearance of custard apple).
୩. ଏକ ଜାତୀୟ କନ୍ଦା ପଥର ଯହିଁରେ ଭିନ୍ନ ଭିନ୍ନ ରଙ୍ଗର ରୁଆ ବା ଟୋପାମାନ ଦେଖାଯାଏ — ୩. A kind of stone having coloured spots on it; spotted lime stone.

[ଦ୍ରଷ୍ଟବ୍ୟ —ଏ ପଥର ବୁଟାଣ ହେବାରୁ ଏଥିରେ ଶୀଳ, ଚନ୍ଦନ— ପେଡ଼ି, କୁଣ୍ଡ଼, ଖଲ ଆଦି ତିଆରି କରାଯାଏ

ଯେଉଁ ପଥରରେ ନାଲି ଟୋପି ଦେଖାଯାଏ ତାକୁ ରଙ୍ଗ ଡାଳିମ୍ୱା ବୋଲାଯାଏ ସେହିପରି କଳା ଡାଳିମ୍ୱା ଆଦି ନାମକରଣ ହୁଏ ]

୪. ରାମାୟଣ ବର୍ଣ୍ଣିତ ମର୍କଟ ସେନାପତି — ୪. Name of a monkey general.

ବଷୁ ମଧୁରେ କଞ୍ଚନ ଡାଳିମ୍ୱ ଉତୁଫୁଲ୍ଲ ଭଞ୍ଜ. ବୈଦେହୀଶବିଳାସ