ଡାଳି ପାରିଧି

ଉଇକିଅଭିଧାନ‌ରୁ

ଡାଳି ପାରିଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଡାଳି ଶିକାର, ଡାଳି ବେଣ୍ଟଅନ୍ୟରୂପ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ମୃଗୟା; ରାତିରେ ଶିକାରୀମାନେ ମୁଣ୍ଡରେ ଡାଳି ବା ଜଳନ୍ତା ନିଆଁର ଉମ୍ଭେଇ ଘେନି ବନରେ ବୁଲି ପାଖକୁ ଆସିବା ମୃଗମାନଙ୍କୁ ଶିକାର କରିବା ରୀତି —A kind of hunting in which animals are attrcted by a burning fire-pan carried by an attendant on the head and are killed by the hunter when they come near.

[ଦ୍ରଷ୍ଟବ୍ୟ —ଡାଳିପାରିଧିରେ ଶିକାରୀର ଅନୁଚର ମୁଣ୍ଡ ଉପରେ ଗୋଟିଏ ଜଳନ୍ତା ନିଆଁର ଉମ୍ଭେଇ ରଖି ସେ ଉମ୍ଭେଇ ପଛରେ ଗୋଟିଏ ଚିତ୍ରବିଚିତ୍ର ତାଟି ବାନ୍ଧି ଆପଣା ଅଣ୍ଟାରେ ଘଣ୍ଟି ଘାଗୁଡ଼ି ବାନ୍ଧି ଅନ୍ଧାର ରାତିରେ ଜଙ୍ଗଲରେ ନାଚି ନାଚି ଦ୍ରୁତଗତିରେ ଚାଲୁଯାଏ ଓ ତା ପଛରେ ଶିକାରୀ ବନ୍ଧୁକ ବା କାଣ୍ଡ ଧରି ଚାଲୁଥାଏ ବନ୍ୟଜନ୍ତୁ— ମାନେ ସେହି ଗତିଶୀଳ ଆଲୋକ ଓ ଘଣ୍ଟି ଘାଗୁଡ଼ିର ଶବ୍ଦଦ୍ୱାରା ଆକୃଷ୍ଟ ହୋଇ ନିକଟକୁ ଆସିଲେ ତା ପଛରେ ଥିବା ଶିକାରୀ ସେମାନଙ୍କୁ ବାଣ ବା ବନ୍ଧୁକ ମାରେ ବର୍ତ୍ତମାନ ବୈଦ୍ୟୁତିକ ମସାଲ (ଇଲେକ୍ଟ୍ରିକ୍ ଟର୍ଚ୍ ଲାଇଟ୍)ଦ୍ୱାରା ମୃଗମାନଙ୍କୁ ନିକଟକୁ ଆକୃଷ୍ଟ କରି ଡ଼ାଳିପାରିଧି କରା ଯାଉଅଛି]