ଡାହାଣ

ଉଇକିଅଭିଧାନ‌ରୁ

ଡାହାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବାଆଁ, ବାଆଣବିପରୀତ

ଦେଶଜ - ବିଶେଷଣ -(ସଂସ୍କୃତ - ଦକ୍ଷିଣ; ତୁଳ; ପ୍ରା. ଦାହିଣ; ଦକ୍ଷ= କର୍ମଠ; ଡାହାମ ହାତ ବାମ ହାତ ଅପେକ୍ଷା ଅଧିକ କର୍ମଠ ଥିବାରୁ)[ସମ୍ପାଦନା]

୧. ମନୁଷ୍ୟ ଅଙ୍ଗର ଦକ୍ଷିଣ ପାର୍ଶ୍ୱସ୍ଥ (ଅଙ୍ଗ); ଖାଇବା (ହାତ; ଗୋଡ଼) — ୧. Right (side of the limbs).

(ଯଥା—ଡାହାଣ ହାତ, ଡାହାଣ ଗୋଡ଼)

୨. ମନୁଷ୍ୟର ଦକ୍ଷିଣ ପାଖରେ ଥିବା — ୨. Belonging to the right side of a person.

(ଯଥା—ଶଗଡ଼ର ଡାହାଣ ବଳଦ)

[ଦ୍ରଷ୍ଟବ୍ୟ —ପୂର୍ବଦିଗକୁ ମୁହଁ କରି ଠିଆ ହେଲେ ମନୁଷ୍ୟର ଯେଉଁ ଅଙ୍ଗମାନ ଦକ୍ଷିଣ ଦିଗକୁ ରହେ ତାକୁ ଦକ୍ଷିଣ ବା ଡାହାଣ ଅଙ୍ଗ ବୋଲା ଯାଏ ମନୁଷ୍ୟ ଦକ୍ଷିଣ ବା ଡାହାଣ ହାତରେ ଖାଉ ଥିବାରୁ ଡାହାଣ ହାତକୁ ଖାଇବା (ଖାଇଲା, ଖାଇବା) ହାତ ବୋଲାଯାଏ ଏବଂ ମନୁଷ୍ୟ ଶରୀରର ଯେଉଁ ଅଂଶରେ ଉକ୍ତ ଡାହାଣ ହାତ ଅଛି ସେହି ପାଖକୁ ଓ ସେହି ପାଖର ଅନ୍ୟାନ୍ୟ ପ୍ରତ୍ୟଙ୍ଗକୁ ଡାହାଣ ବା ଖାଇବୀ (ଖାଇବା, ଖାଇଲା) ବୋଲାଯାଏ ଯଥା—ଖାଇବୀ ଗୋଡ଼, ଖାଇବୀ କାନ ଇତ୍ୟାଦି ]