ଡାହୁକ
ଡାହୁକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ଦହ୍ ଧାତୁ=(ରୋଗ) ଦାହ କରିବା+କର୍ତ୍ତୃ. ଉକ]
[ସମ୍ପାଦନା]କୂଳେଚର ପକ୍ଷିବିଶେଷ —The white-breasted water-hen; Amourornis Phœnicurisis; water rail or the clapper rail; Rallus Aquaticus.
ଡାହୁକ ଡାକ ପିକ ଶାମୁକ ଧ୍ୱନି ଛେଳ ଚିତ୍କାର କଲା ଭୟେ ଅବିନୀ—ଗୋଲୋକ, ଇନ୍ଦୁରେଖା
[ଦ୍ରଷ୍ଟବ୍ୟ —ଏମାନେ ୧୬\୧୭: ଆଙ୍ଗୁଳ ପର୍ଯ୍ୟକ୍ତ ଲମ୍ୱ ହୁଅନ୍ତି ଗୋଡ଼ ସରୁ ଓ ଲମ୍ୱ; ମୁଣ୍ଡ ଓ ଛାତି ଧଳା; ପିଠି ପାଉଁଶିଆ କଳା; ଥଣ୍ଟ ସବଜା; ପଳାଇବା ସମୟରେ ଲାଙ୍ଗୁଡ଼ ଟେକି ପଳାନ୍ତି; ଜଳର କଳରେ ବସା କରନ୍ତି; ବର୍ଷା ଓ ଶରତ୍କାଳରେ 'କକ୍ କକ୍ କୋଆ କୋଆ' ଡାକ ଡାକନ୍ତି; ଦିନ ରାତିରେ ପ୍ରତ୍ୟେକ ପ୍ରହରର ଶେଷରେ ଡାକନ୍ତି; ବର୍ଷା ଆରମ୍ଭରେ ଅଣ୍ଡା ଦିଅନ୍ତି
ଏମାନଙ୍କ ମାଂସ ସୁଖାଦ୍ୟ ଚଢ଼େଇଇଆମାନେ ଡାହୁକ ଧରିବା ପାଇଁ ଫାଶ ମେଲାଇ ମେଲା ଫାଶରେ ମଝିରେ ଗୋଟିଏ ପିଞ୍ଜରାରେ ଗୋଟିଏ ଡାହୁକକୁ ବନ୍ଦ କରି ଥୋଇ ଦିଅନ୍ତି ଓ ଅଣଡଦୂରରେ ଲୁଚି କରି ବସନ୍ତି ପିଞ୍ଜରା ମଧ୍ୟସ୍ଥ ଡାହୁକଟି ବୋବାଇ ଉଠାଲକ୍ଷଣ ନିକଟବର୍ତ୍ତୀ ଡାହୁକ ମାନେ ପିଞ୍ଚରା ନିକଟକୁ ଦଉଡ଼ି ଆସି ରୁଣ୍ଡ ହୁଅନ୍ତି
ଓ ଚ଼ାଢ଼େୟା ସେହି ସମୟରେ ଫାଶର ଦଉଡ଼ିକୁ ଟାଣି ଦେଲାରୁ ଡାହୁକ ଯାକ ଜାଲରେ ଧରା ପଡ଼ନ୍ତି ଏଥିପାଇଁ ପ୍ରବାଦ ଅଛି 'ବଉଁଶମରା ଡାହୁକ'
ଡାହୁକ ମାନଙ୍କ ଗୋଡ ସରୁ ଓ ଡେଙ୍ଗା ଥିବାରୁ ନଳୀଗୋଡ଼ୀ ସ୍ତ୍ରୀମାନଙ୍କୁ 'ଡାହୁକୀ' ଓ ପୁରୁଷମାନଙ୍କୁ 'ଡାହୁକା' ବୋଲାଯାଏ]