ଡିଆଁ

ଉଇକିଅଭିଧାନ‌ରୁ

ଡିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଡିଆଁ, ଡିଁଆଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡୀନ)[ସମ୍ପାଦନା]

୧. ଲମ୍ଫ; କୁଦା — ୧. A jump; a leap; bound.
୨. ଡେଇଁବା; କୁଦିବା — ୨. Jumping
୩. ଦଉଡିବା —୩. Running about

(ଯଥା—ଦୁଷ୍ଟ ବାଳକ ସ୍କୁଲକୁ ନ ଯାଇ ବହି ନ ପଢ଼ି ଖାଲି ଡିଆଁ ମାରୁଛି)

୪. ଚକ୍ଷୁଆଦିର ସ୍ପନ୍ଦନ — ୪. Throbbing; palpitation.
୫. ଗୋରୁ, ମହିଷି ଇତ୍ୟାଦି ପଶୁ କୌଣସି ସ୍ଥାନକୁ ପଶି ନ ପାରିବେ ଅଥଚ ମନୁଷ୍ୟମାନେ ଡେଇଁ କରି ସେଠାକୁ ଯାଇ ପାରିବେ ଏହି ଉଦ୍ଦେଶ୍ୟରେ ବାଡ଼ରେ ପୋତା ହୋଇଥିବା କାଠ ବା ବାଉଁଶର ଛକି — ୫. A turnpike; two bamboos placed crosswise in a gate which men pass by jumping over but which cattle cannot pass.
୬. ଯେଉଁ ବାଡ଼କୁ ମନୁଷ୍ୟ ଡେଇଁ କରି ଯାଇପାରେ; ଅଳ୍ପ ଉଚ୍ଚ ବାଡ଼ —୬. A low fence over which a man can leap.
୭. ମାଛ ଧରିବା ପାଇଁ ନଦୀ ପ୍ରଭୃତିରେ କରାଯିବା ମାଟିର ଗଡ଼ା ବା ଜାଲ ଇତ୍ୟାଦିର କ୍ରମୋଚ୍ଚ ବାଡ଼ — ୭. A contrivance made of sloping nets or earth on which fishes fall while jumping up from water.

[ଦ୍ରଷ୍ଟବ୍ୟ —ଏହାର ଭିତରକୁ ମାଛ ଡେଇଁ ପଡ଼ିଲେ ପାଣିକୁ ପଳାଇ ଯାଇ ନ ପାରି ସହଜରେ ଧରା ପଡ଼ନ୍ତି]

ବିଶେଷଣ -[ସମ୍ପାଦନା]

୧. ଯେ କୁଦେ —୧. Jumping.

(ଯଥା—ଡିଆଁ ପୋକ)

୨. ସଂକ୍ରାମକ; ଯେଉଁ ରୋଗ ଏକ ଲୋକଠାରୁ ଅନ୍ୟ ଲୋକଠାକୁ ଡିଏଁ ବା ସଂକ୍ରମଣ କରେ — ୨. Contagious (disease); infectious.
୩. ଯେଉଁ ବାଟରେ ଯିବାକୁ ହେଲେ ଅନେକ ଉଚ୍ଚ ବାଡ଼ ବା ପ୍ରଶସ୍ତ ଗର୍ତ୍ତ ଇତ୍ୟାଦି ଡେଇଁ କରି ଯିବାକୁ ହୁଏ — ୩. (a road) To pass which a man has to jump over many fences and pits.
୪. ବହୁ ଅନ୍ତର ବା ବ୍ୟବଧାନରେ ଅବସ୍ଥିତ (ଗ୍ରାମଆଦି) — ୪. Situated at great intervals.

(ଯଥା—ସମ୍ୱଲପୁର ଜିଲାର ଗ୍ରାମଗୁଡ଼ିକ ଡିଆଁ ଅଟେ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ହୀମକ)[ସମ୍ପାଦନା]

ଉଇ — White ant.