ଡୁବେଇବା

ଉଇକିଅଭିଧାନ‌ରୁ

ଡୁବେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଡୁବିବା କ୍ରିୟାର ଣିଜନ୍ତ ରୂପ — ୧. The causative form of Dubibā.
୨. କୌଣସି ବ୍ୟକ୍ତି ବା ବସ୍ତୁକୁ ପାଣିରେ ନିମଜ୍ଜିତ କରାଇବା; ବୁଡ଼ାଇବା; ମଗ୍ନ କରିବା — ୨. To immerse a thing or person in water; to drown a person.
୩. ଜାତି ଧର୍ମ ଆଦି ତ୍ୟାଗ କରିବା ବା ଲୋପ କରିବା — ୩. To give up one's caste or religious practices.

(ଯଥା—ଆଜିକାଲିର ପିଲାଏ ଚିତା ପଇତା ସବୁ ଡୁବାଇଲେଣି)

୪. ପରର ସର୍ବନାଷ ବା ଅନିଷ୍ଟ ଘଟାଇବା — ୪. To cause another's ruin.

(ଯଥା—ନିଷ୍ଠୁର ମହାଜନ ମୋର ସର୍ବ୍ୱସ୍ୱ ନିଲାମ କରି ନେଇ ମତେ ଡୁବାଇ ଦେଲା)

୫. ଲୋପ କରିବା; ନଷ୍ଟ କରିବା — ୫. To annihilate; to destroy.
୬. ଅପବାଦ ଦେଇ ଜାତିଚ୍ୟୁତ କରାଇବା — ୬. To cause a person to be out-casted by making serious aspersions against him.
୭. କୁଳ ଲୋପ କରିବା; ବଂଶକୁ ନିର୍ବଂଶ କରାଇବା — ୭. To root out a family; to cause extinction of a family.

(ଯଥା—ଅମୁକ ବ୍ୟକ୍ତି ବିବାହ ନ କରି ଆପଣା କୁଳକୁ ଡୁବାଇ ଦେଲା)

୮. ପ୍ରାପ୍ୟ ଧନକୁ ବହୁକାଳ ଆଦାୟ ନ ଦେଇ ତମାଦି କରାଇବା —୮. To cause another person's dues to become unrealisable by lapse of time.

(ଯଥା—ଖାତକ ୧୨: ବର୍ଷ ହେଲା ମୋ ଠାରୁ ଟଙ୍କା କରଜ ନେଇ ସୁଧ ମୂଳ ସବୁ ଡୁବାଇ ଦେଲା)

୯. ଧନ ନଷ୍ଟ ବା କ୍ଷତି କରାଇବା; ଗମାଇବା — ୯. To cause loss of money.

(ଯଥା—ଆମ ଗୁଣବନ୍ତ ପୁଅ ଘରୁ ଗୁଡ଼ିଏ ଟଙ୍କା ନେଇ ବେପାର କରି ଶେଷକୁ ମୂଳଧନତକ ଡୁବାଇ ଦେଲା)


୧. ଅନ୍ୟ ବ୍ୟକ୍ତିର ମହତ୍ତ୍ୱ ଇଜ୍ଜତ୍ ବା ପ୍ରତିଷ୍ଠା ସୁନାମକୁ ଖର୍ବ୍ୱ କରାଇବା —୧୦. To cause loss to one's prestige or honour.

(ଯଥା—ମୁଁ ଗରୀବ ଲୋକ ବୋଲି ଗାଁଆଁବାଲାଯାକ ଏକମେଳ ହୋଇ ମତେ ଡୁବାଇ ଦେବାକୁ ବସି ଅଛନ୍ତି)

୧୧. (ସୁନାମ) କଳଙ୍କିତ କରିବା — ୧୧. To bring stigma or stain upon one's good name.

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା ଓ ପକା(କେ)ଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]