ଡେଇଁବା

ଉଇକିଅଭିଧାନ‌ରୁ

ଡେଇଁବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଡେଇଁବା, ଡେଁଇଁବାଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ତୀ ଧାତୁ=ଉଡ଼ିବା; ତୁଳ. ତା—ଡିଗୁ =ଓହ୍ଲାଇବା)[ସମ୍ପାଦନା]

୧. ଲମ୍ଫଦେବା; କୁଦିବା — ୧. To jump; to leap; to spring.
୨. ଉଲ୍ଲମ୍ଫନ କରିବା; କୌଣସି ଉଚ୍ଚ ବସ୍ତୁ ବା ଚଉଡ଼ା ପଦାର୍ଥକୁ ଅତିକ୍ରମ କିରବା; ଉଲ୍ଲଙ୍ଘନ କରିବା —୨. To leap over; to jump over a height or breadth; to over- leap.
୩. (ଶରୀରର ଅଙ୍ଗବିଶେଷ) ସ୍ପନ୍ଦିତ ହେବା; ସ୍ଫୁରିବା କମ୍ପିତ ହେବା —୩. To throb; to vibrate; to tremble (said lof limbs).

ସବୁ ଅଙ୍ଗଯାକ ମୋହର ଡେଉଁଛନ୍ତି ହୃଦୟେ ମହାଭୟ ହେଉଛି ଉତ୍ପତ୍ତି କୃଷ୍ଣସିଂହ, ମହାଭାରତ ଦ୍ରୋଣ

[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ର ମତରେ ଶରୀରର ଭିନ୍ନ ଭିନ୍ନ ଅଙ୍ଗ ଡେଇଁଲେ ଭିନ୍ନ ଭିନ୍ନ ଆଶୁ ଶୁଭ ଅଶୁଭ ଫଳ ସୂଚିତ ହୁଏ; ସାଧାରଣତଃ ପୁରୁଷମାନଙ୍କ ଦକ୍ଷିଣ ଅଙ୍ଗ ଓ ସ୍ତ୍ରାମାନଙ୍କ ବାମ ଅଙ୍ଗ ଡେଇଁ ବା ଆଶୁ ଶୁଭଫଳ ସୂଚନା କରେ]

୪. (ରୋଗଆଦି) ଏକବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମଣ କରିବା —୪. To infect (said of contagious diseases).

(ଯଥା—ତା ଦିହରୁ ମୋ ଦିହକୁ କାଛୁ କୁଣ୍ଡିଆ ଡେଇଁଲା)

୫. ଦଉଡ଼ି ବୁଲିବା; ଡିଆଁ ମାରି ଦଉଡ଼ିବା — ୫. To run about.
୬. ନାଚି କୁଦି ହେବା; ଖେଳି ବୁଲିବା — ୬. To frisk about; to skip about.

ଡେଉଁଥାଆ ବନ ଯାକ ତୁମ୍ଭ ମନ ଶ୍ରୀହରିଚନ୍ଦନ ବୋଲେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଡ ଗୀତ

୭. ବିରକ୍ତ ହେବା; ଚିଡ଼ିବା; ଚିଡ଼ି ଚିଡ଼ି ହେବା — ୭. To snap at a person in disleasure; to snarl.

(ଯଥା—ଗୃହସ୍ଥର ପାକରେ ମାଛ ରନ୍ଧା ହେବା ଦେଖି ଆଗନ୍ତୁକ ନିରାମିଷାଶୀ ବାବାଜୀ ଡେଉଁଛନ୍ତି)

୮. (ଡେଇଁ ବାର ଣିଜନ୍ତରୂପ) ଡିଆଇଁବା; କୌଣସି ବସ୍ତୁକୁ ହାତରେ ଶୂନ୍ୟକୁ ପକାଇ ଧରି ନେବା — ୮. To throw up a thing to the air and then catch it; to toss a thing up.

(ଯଥା—ସେ ହାତରେ ପେଣ୍ଡୁ ଦୁଇଟା ଡେଇଁ ଡେଇଁ ଆସୁଛି)

୯. (ଡେଇଁବାର ଣିଜନ୍ତ) ଡେଇଁ ବାର ଉପାୟ କରିବା — ୯. To cause to jump.

(ଯଥା—ମୁଁ ଆଜି ବାଛୁରିକୁ ନେଇ ଗହ୍ମା ବେଦି ଡେଇଁ ଆଣିଲି)

୧. କୌଣସି ସୀମାକୁ ଟପିବା — ୧୦. To exceed any limit.


ଡେଇଁବା, ଡିଆଁଇବା, ଡେଇଁ ଦେବାଣିଜନ୍ତରୂପ

ଆଣ୍ଠୁ ଡେଇଁ ବର୍ଷକେ ଦୁଇଖଣ୍ଡ ପିନ୍ଧିବାର କେତେ ଜଣଙ୍କର ଅଛି ଦୈନିକ ଆଶା ୪ ୧୨ ୨୯:

(ଯଥା—ରେଳଗାଡ଼ି କାଠଜୋଡ଼ି ନଈର ପୋଲ ଡେଇଁ ଆସିବା ପରେ ଗାଡ଼ିର ଗତି ଶିଥିଳ ହେଲା)

୧୧. ପାଠ କରିବା ସମୟରେ ପୁସ୍ତକାଦିର ଅଂଶବିଶେଷ ତ୍ୟାଗ କରି ଆଗକୁ ପଢ଼ି ଯିବା; କେତେକ ଅଂଶ ଛାଡ଼ି ପଢ଼ିଯିବା; ଗଡ଼େଇ ପକାଇବା —୧୧. To omit portions of a writing or book while reading it through.

(ଯଥା—ସେ ସାତକାଣ୍ଡ ରାମାୟଣ ପୋଥିକୁ ପହରକ ମଧ୍ୟରେ ଡେଇଁ ଗଲା)

୧୨. (ଅକର୍ମକ) (ନିର୍ଦ୍ଧାରିତ ସମୟର ସୀମା) ଅତିକ୍ରାନ୍ତ ହେବା; ଟପି ଯିବା — ୧୨. (a fixed point of time) To pass.

(ଯଥା— ଭାଷାକୋଷର ୩ୟ ଖଣ୍ଡ ପ୍ରକାଶିତ ହେବାବେଳକୁ ସମ୍ଭବତଃ ଦୋଳ ଡେଇଁ ଥିବ)

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଆସିବା, ପଡ଼ିବା, ଦେବା, ଯିବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ]