ଢାଳିବା

ଉଇକିଅଭିଧାନ‌ରୁ

ଢାଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ହ୍ୱାଳି ଧାତୁ= ଚାଳନା)[ସମ୍ପାଦନା]

୧. କୌଣସି ଜଳୀୟ ପଦାର୍ଥକୁ ପାତ୍ରାଦିରୁ ଉପରୁ ତଳକୁ ପକାଇବା; ଅଜାଡ଼ିବା; ଇଡ଼ିବା —୧. To pour out; to spill.

ଢାଳେ ତୁ ଢାଳିଲୁ ନାହିଁ କୃପା—ସୁଧାଝରକି କବିସୂର୍ଯ୍ୟ. କିଶୋରୀଚମ୍ପୁ ତ ଗୀତ

[ଦ୍ରଷ୍ଟବ୍ୟ — କୌଣସି ତରଳ ପଦାର୍ଥ ଥିବା ପାତ୍ରର ମୁହଁ ପାଖକୁ ଅଣାଇ ଦେଇ ବା ଲେଉଟାଇ ପାତ୍ରରେ ଥିବା ତରଳ ପଦାର୍ଥକୁ ଢାଳିବାକୁ ହୁଏ ବେଶି ପରିମାଣରେ ଢାଳିବାକୁ ଅଜାଡ଼ିବା କରନ୍ତି ]

୨. ଧାତୁ ଇତ୍ୟାଦିକୁ ତରଳ କରି ଛାଞ୍ଚରେ ଇଡ଼ିବା — ୨. To pour molten metal into a mould; to cast in a mould.


୩. (ସଂସ୍କୃତ - ଦୁଳ୍ ଧାତୁ) ଚାମର ଆଦି ଇତସ୍ତତଃ ଚାଳନ କରିବା — ୩. To wave a chowrie (or fan).

ପୁଲ ଛବି ଫୁଲ ଆଲଟ ଚାମର ପୁରୁଣାରେ ଧରି ନରେ, ବେନି ପାଶରେ ମନ୍ଦେ ମନ୍ଦେ ଢାଳିବା କି କହିବି ବଚନରେ ଦୀନକୃଷ୍ଣ. ଜଗମୋହନ

୪. ବହୁକାଳ ପ୍ରଚୁର ପରିମାଣ ବର୍ଷା — ୪. To rain cats and dogs; to rain incessantly.

(ଯଥା—ମେଘ ପହରେ ହେଲା ଢାଳୁଛି)

୫. ଅଜସ୍ର ଅର୍ଥ ବ୍ୟୟ କରିବା — ୫. To spend money like water.

(ଯଥା—ସେ ଏହି ମକଦମାରେ ଟଙ୍କା ଢାଳିଦେଲା)

୬. ଅଜସ୍ର ଅଜାଡ଼ିବା —୬. To pour out profusely.

(ଯଥା—ମୋ ପତ୍ରରେ ଖିରିପିଠା ଢାଳି ଦେଇଗଲେ)

୭. (ଢାଳିବାର ଣିଜନ୍ତ ରୂପ) (ଅପାଙ୍ଗ, ଦୃଷ୍ଟି) କୌଣସି ପାଖକୁ ବୁଲାଇବା —୭. To cast (a look or glance) to one side.

ଚଞ୍ଚଳ ନୟନଦେଶଜ - ଥରେ ଢାଳି କବିସୂର୍ଯ୍ୟ. ସଙ୍ଗୀତ

୮. (ମୁହଁ) ତଳକୁ କରିବା — ୮. To lower (the face).

କି କରି ଅନାଏ ବଦନ ଢାଳି ଭଞ୍ଜ. ସୁବର୍ଣ୍ଣରେଖା

୯. (ପ୍ରାଣ) ସମର୍ପଣ କରିବା; ଉତ୍ସର୍ଗ କରିବା; ଅକାତରରେ ଅର୍ପଣ କରିବା —୯. To surender or offer unconditionally.

ପରିଚ୍ଛଦରୂପେ ସୈନ୍ୟ ନେଇ ସଙ୍ଗେ ଅଙ୍ଗ ଢାଳୁଥିଲା ଯେ ଋଣ—ତରଙ୍ଗେ ରାଧାନାଥ. ଦରବାର

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]