ଢୂମ୍ପା

ଉଇକିଅଭିଧାନ‌ରୁ

ଢୂମ୍ପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏ ବାଦ୍ୟରୁ ଉତ୍ପନ୍ନ ଢୁମ୍ ଢୁମ୍ ଶୂବ୍ଦ ଅନୁକରଣ)[ସମ୍ପାଦନା]

୧. ଗଡ଼ଜାତ ଓ ଗଞ୍ଜାମରେ ବ୍ୟବହୃତ ମଇ ଗଛର କାଣ୍ଡ ବା ଶିଆଳି ଲଟାର ଖୋଳରେ ନିର୍ମିତ ଏକପ୍ରକାର ଆନଦ୍ଧ ବାଦ୍ୟ —୧. A kind of long double mouthed drum made from the hollow bark of 'Mai' (Odina wodier tree or 'Siāli' creeper.

[ ଦ୍ର—ମଇ ଗଛର ଗୋଟିଏ ୬ ହାତ ଲମ୍ୱର ସଳଖ ଗଣ୍ଡିକୁ କାଟି ପାଣିରେ ବୁଡ଼ାଇ ରଖିଲେ କେତେ ଦିନ ପରେ ତହିଁର ବକଳଟି କାଠରୁ ଶ୍ଳଥ ହୋଇ ଛାଡ଼ିଯାଏ ଓ ବକଳରୁ କାଠକୁ ଖସାଇଲେ ଗଡ଼ଜାତର କେହବଳ ଫମ୍ପା ବକଳ ରହେ ସେହି ଫମ୍ପା କବଳକୁ ଶୁଖାଇ ଗଡ଼ଜାତର ଲୋକେ ତାହାର ଦୁଇ ମୁଣ୍ଡରେ ଚମଡ଼ା ଛୁଆଣି କରନ୍ତି ବାଦକମାନେ ଉକ୍ତ ଲମ୍ୱ ବାଦ୍ୟର ବିପରୀତ ପାଖରେ ଜୋଡ଼ା ଜୋଡ଼ା ହୋଇ ବସି ଘାଗୁଡ଼ିଲଗା କାଠି ବା ଡ଼ାଙ୍ଗ ଖଣ୍ଡିଏ ଲେଖାଏଁ ପ୍ରତ୍ୟେକଙ୍କ ଦୁଇ ହାତରେ ଧରି ଉକ୍ତ ଗୋଲ ଫମ୍ପା ବକଳର ଦେହରେ ତାଳ ଅନୁସାରେ ଆଘାତ କରି ଗୀତ ବୋଲନ୍ତି ଏହାକୁ ଢୁମ୍ପା ବାଦ୍ୟ ବୋଲାଯାଏ—ଏହାର ଗୋଲେଇ ୪/୫: ଫୁଟ ଓ ଲମ୍ୱ ୧ ଫୁଟ ପର୍ଯ୍ୟନ୍ତ ହୁଏ ଏହା ଦେଖିବାକୁ ବଡ଼ କାଠ ପରି]

୨. ଢୁମ୍ପା ବାଦ୍ୟ ବଜାଇ ବୋଲାଯିବା ଗୀତ — ୨. Songs sang in accompaniment of 'Ḍhumpā drum.

[ ଦ୍ର—କବିସୂର୍ଯ୍ୟଙ୍କ ରଚିତ ଢୁମ୍ପା ଗୀତ ୨ଟି (ଛୋଟ ଢୂମ୍ପା ଓ ଜାଇ ଫୁଲ ଢୁମ୍ପା) ପଣ୍ଡିତ କୁଳମଣି ଦାଶଙ୍କ କବିସୂର୍ଯ୍ୟ ଗ୍ରନ୍ଥାବଳିର ୪ର୍ଥ ଭାଗ ୨୯୨/ ୨୯୩/ ୨୯୪: ପୃଷ୍ଠାରେ ଦିଆ ହୋଇଅଛି]