ତକ୍ଷକ

ଉଇକିଅଭିଧାନ‌ରୁ

ତକ୍ଷକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ)[ସମ୍ପାଦନା]

୧. ସୁତ୍ରଧର; ବଢ଼େଇ —୧. Carpenter.
୨. ବିଶ୍ୱକର୍ମା —୨. Biswakarmā the mythical devine architect.
୩. ନାଟକର ସୁତ୍ରଧାର; ନାଟ୍ୟାଧ୍ୟକ୍ଷ — ୩. Stage-manager.
୪. ପାତାଳର ଅଷ୍ଟନାଗ ମଧ୍ୟରେ ଏକ ନାଗ — ୪. One of the eight mythical serpents of the nether world.

[ଦ୍ରଷ୍ଟବ୍ୟ — ଏ କଶ୍ୟପଙ୍କ ଔରସରେ କଦ୍ରୁ ଗର୍ଭରୁ ଜାତ ଓ ସର୍ପରାଜ ବାସୁକିଙ୍କ ଭ୍ରାତା ଖାଣ୍ଡବ ବନରେ ଏହାଙ୍କର ବାସ ଥିଲା ଏ ପରୀକ୍ଷିତ ମହାରାଜାଙ୍କୁ ବ୍ରହ୍ମଶାପ ଅନୁସାରେ ଦଂଶନ କରିବାରୁ ପରୀକ୍ଷିତ ମୃତ ହେଲେ ଓ ତାଙ୍କ ପୁତ୍ର ଜନମେଜୟ ସପଯଜ୍ଞ କରି ସର୍ପକୁଳ ନିର୍ମୃଳ କରିବାକୁ ଉଦ୍ୟତ ହେବାରୁ ତକ୍ଷକ ଆସ୍ତିକ ମୁନିଙ୍କ ଚେଷ୍ଟାରେ ଉକ୍ତ ଯଜ୍ଞାଗ୍ନିରେ ନ ପଡ଼ି ରକ୍ଷା ପାଇଥିଲେ]

୫. ଏଣ୍ଡୁଅ —୫. Chameleon
୬. ଏଣ୍ଡୁଅ ପରି ଏକପ୍ରକାର ପକ୍ଷଯୁକ୍ତ ଜୀବ — ୬. The flying lizard;dragon;Draco Volans.

[ଦ୍ରଷ୍ଟବ୍ୟ —ଏମାନେ ଉଡ଼ି ବୁଲନ୍ତି ଓ ରାତିରେ ବିକଟ ଚିତ୍କାର କରନ୍ତି ସେହି ଚିତ୍କାରର ଧ୍ୱନି 'ତକ୍ଷକ' ପରି ଶୁଭେ ଏମାନେ ପରସ୍ପର କାମୁଡ଼ାକାମୁଡ଼ି ହୁଅନ୍ତି]

୭. ଦେହ ମଧ୍ୟସ୍ଥ ଦଶ ବାୟୁ ମଧ୍ୟରୁ ଏକ; ନାଗ ବାୟୂ — ୭. One of the ten airs inside the human body.

[ଦ୍ରଷ୍ଟବ୍ୟ —ଶରୀର ମଧ୍ୟସ୍ଥ ଦଶ ବାୟୁ—ପ୍ରାଣ, ଅପାନ,ବ୍ୟାନ, ଉଦାନ, ସମାନ, ତକ୍ଷକ, ଧନଞ୍ଜୟ, ପୌଣ୍ଡ୍ରକ, ଦେବଦତ୍ତ ଓ ଶଙ୍ଖ]

୮. ଭାଗବତୋକ୍ତ ପ୍ରସେନଜିତ୍ଙ୍କ ପୁତ୍ର — ୮. Name of the son of King Prasenajit.
୯. ସୂଚିକା ପିତା ଓ ବ୍ରାହ୍ମଣୀ ମାତାଙ୍କଠାରୁ ଉତ୍ପନ୍ନ ବର୍ଣ୍ଣ ସଙ୍କର ଜାତିବିଶେଷ (ହିନ୍ଦୀ - ଶବ୍ଦସାଗର) — ୯. Name of a class of half-caste Hindus.