ତଣ୍ଟି

ଉଇକିଅଭିଧାନ‌ରୁ

ତଣ୍ଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ରୋଟି=ମନୁଷ୍ୟର କଣ୍ଠର ଗୋଳକ ବା ଶଙ୍ଖୀ, ତୁଳ=ଇଂରାଜୀ - ଥ୍ରୋଟ)[ସମ୍ପାଦନା]

୧. ତୋଟି; ଗଳା; ବେକର ସାମନା ଅଂଶ; ଶଙ୍ଖୀ —୧. Throat; the front part of the neck.
୨. ଗଳାର ଭିତର କଣ୍ଠନାଳୀ ଯେଉଁ ନଳୀବାଟେ ଖାଦ୍ୟ ପେଟକୁ ଯାଏ —୨. Gullet.
୩. କୌଣସି ପଦାର୍ଥ (ଯଥା—ନଦୀବନ୍ଧ ଇତ୍ୟାଦି)ର କଣ୍ଠ ଦେଶ —୩. The portion below the top of a thing (e.g. an embankment).
୪. ଗଳାର ସ୍ୱର —୪. One's voice.

(ଯଥା—ତଣ୍ଟି ପଡ଼ିବା)

[ଦ୍ରଷ୍ଟବ୍ୟ —ତଣ୍ଟି ବା କଣ୍ଠନାଳୀବାଟେ ପ୍ରାଣବାୟୁ ଯିବା ଆସିବା କରେ ତାକୁ ଚିପି ଦେଲେ ପ୍ରାଣୀ ମରିଯାଏ ହିନ୍ଦୁମାନେ ବେକ ହାଣି ଜୀବକୁ ଦେବୀଙ୍କ ଆଗରେ ବଳି ଦିଅନ୍ତି, ମୁଷଲମାନମାନେ ତଣ୍ଟିକାଟି ଜୀବକୁ ହଲାର୍ କରନ୍ତି ଏହି ତଣ୍ଟି ଓ ତନ୍ନିକଟବର୍ତ୍ତୀ ଏଂଶଚୟର ବିଭିନ୍ନ ନାମ ନିମ୍ନରେ ପ୍ରଦତ୍ତ ହେଲା ଯଥା—ତଣ୍ଟି ଓ ଗଳା=ବେକର ସାମନା ପାଖ —Throat. କଣ୍ଠ ଓ ବେକ=ସମୁଦାୟ ଗଳାଦେଶ —Neck. ବେକମୁଣ୍ଡା= ବେକ ପଛଆଡ଼ —Nape of the neck; Nape]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଘରର ଓଳିମୁଣ୍ଡରେ ଦିଆଯିବା ଖପରଲି, ଯାହାର ତଳେ ଗୋଟିଏ ଦାନ୍ତିଆ ବାହାରି ଥାଏ ଏବଂ ଏ ଦାନ୍ତିଆ ଚାଳମୁଣ୍ଡର ବାଉଁଶରେ ଅଟକି ରହେ —Earthen flat tile having a spout below it which keeps it attached to the end of the eaves of a tile-thatched house.