ତଦ୍ଧିତ ପ୍ରତ୍ୟୟ

ଉଇକିଅଭିଧାନ‌ରୁ

ତଦ୍ଧିତ ପ୍ରତ୍ୟୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଦ୍ଧିତ+ପ୍ରତ୍ୟୟ)[ସମ୍ପାଦନା]

ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦର ଉତ୍ତର ବିଶେଷ ବିଶେଷ ଅର୍ଥରେ ଯେଉଁ ଯେଉଁ ପ୍ରତ୍ୟୟମାନ ହୁଏ — Affixes added to nouns, pronouns, adjectives to form derivatives words.

[ଦ୍ରଷ୍ଟବ୍ୟ —ସଂସ୍କୃତରେ ତଦ୍ଧିତ ପ୍ରତ୍ୟୟ ଅନେକ; ତହିଁ ମଧ୍ୟରୁ ଓଡ଼ିଆ ଭାଷାରେ ପ୍ରଚଳିତ ପ୍ରତ୍ୟୟ କେତେଗୁଡ଼ିଏ ଏଠାରେ ଦିଆଗଲା ଯଥା—୧ ଅପ୍ରତ୍ୟାର୍ଥରେ. ଅ—ପଣ୍ଡ+ଅ=ପାଣ୍ଡବ; ଯାଦବ, ମାନବ ଇ—ଦଶରଥ+ଇ=ଦାଶରଥି; ସୌମିତି ଇକ— ରେବତୀ+ଇକ=ରୈବତିକ ଏୟ—ଗଙ୍ଗ+ଏୟ=ଗାଙ୍ଗେୟ; ଭାଗିନେୟ ଆୟନ—କାତ୍ୟାୟନ ଯ—ଯମଦଗ୍ନ+ୟ=ଯାମ— ଦଗ୍ନ୍ୟ ଈୟ—ମାତୃଷ୍ୱସୃ+ଈୟ=ମାତୃଷ୍ୱସ୍ରୀୟ ୨ ସମ୍ୱନ୍ଧାର୍ଥେରେ ଇକ—ବୈଦିକ; ମାନସିକ; ବାଚିକ; ଶାରୀରିକ ଅ—ଶାରୀର; ମାନସ; ରାଜସ ଈୟ—ସ୍ୱୀୟ; ପରକୀୟ; ମଦୀୟ; ଉତ୍କଳୀୟ ୩ ସ୍ୱାର୍ଥରେ. ଧେୟ—ଭାଗଧେୟ; ନାମଧେୟ ଅ—ଚାଣ୍ଡାଳ, ଚୌର, କୌତୁହଳ କ—ବାଳକ, ତାରକା, ରାଧିକା ୪ ସମୂହ ଅର୍ଥରେ ଗ୍ରାମତା; ଜନତା ୫ ଭାବାର୍ଥରେ ତା—ମୂର୍ଖତା; ଲଘୁତା ତ୍ୱ— ଲଘୁତ୍ୱ, ମୂର୍ଖତ୍ୱ ଇମନ—ମହିମା; ଦ୍ରାଘିମା ୬ ସାଦୃଶ୍ୟାର୍ଥରେ ବତ୍—ଗୁରୁବତ୍; ମାତୃବତ୍ କଳ୍ପ—ପିତୃକଳ୍ପ ୭ ଅଛି ଅର୍ଥରେ ବତ୍—ଧନବାନ୍; ଗୁଣବାନ୍ ମତ୍—ଶ୍ରୀମାନ୍; ଅଂଶୁମାନ; ବିନ୍—ମେଧାବୀ; ମାୟାବୀ ଇନ୍—ଧନା, ଗୁଣୀ; ଧନ୍ୱୀ ଇନ— ମଳିନ ଶାଳିନ୍—ଧନଶାଳୀ ବଳ—ରଜସ୍ୱଳା; ଦନ୍ତାବଳ; କୃଷିବଳ ଉର—ଦନ୍ତୁର ବ—କେଶବ; ଗାଣ୍ଡୀବ ଆଳୁ— ଦୟାଳୁ; ନିଦ୍ରାଳୁ ଳ—ମାଂସଳ; ମୃଦୁଳ; ଶ୍ରୀତ ଇଳ—ଫେନିଳ ଜଟିଳ; ପଙ୍କିଳ ଶ—ରୋମଶ; କର୍କଶ ଉଳ—ବାତୁଳ ୮ ସ୍ୱରୂପାଥରେ ମୟ—ବାଡ଼ୟ; ମୃଣୟ ୯ ଅତିଶୟାର୍ଥରେ ଇଷ୍ଠ— ଗରିଷ୍ଠ; ପାପିଷ୍ଠ; ବଳିଷ୍ଠ ଈୟସ୍—ଲଘୀୟାନ୍; କନୀୟାନ ତର—ଲଘୁତର; ଗୁରୁତର ତମ—କ୍ଷୁଦ୍ରତମ ୧ ନିପୁଣା— ର୍ଥରେ ଠ—କର୍ମଠ ୧୧: କ୍ଷୁଦ୍ର ଅର୍ଥରେ ତର—ଅଶ୍ୱତର ୧୨: ପରିଣତ ଅର୍ଥରେ ସାତ୍ ଜଳସାତ୍; ଧୂଳିସାତ୍ ୧୩: ଦେୟ ଅର୍ଥରେ ସାତ୍—ବିପ୍ରସାତ୍; ପାତ୍ରସାତ୍ ୧୪: ଜନ୍ମିବା ବା ସଂଜାତ ଅର୍ଥରେ ଇତ—ପୁଷ୍ପିତ; ଦୁଃଖିତ ୧୫: ପୂର୍ବେ ହୋଇ ନ ଥିଲା ବର୍ତ୍ତମାନ ହୋଇଅଛି (ଅଭୁତ ତଭାବାର୍ଥେ ଚ୍ୱୀପ୍ରତ୍ୟୟ=ଈ—ବଶୀକରଣ; ମନ୍ଦୀଭୂତ ୧୬: ପ୍ରକାରାର୍ଥରେ ଜାତୀୟ—ବିଜାତୀୟ; ସ୍ୱଜାତୀୟ ୧୭: ସଂଖ୍ୟାପୂରଣାର୍ଥରେ ଥ—ଷଷ୍ଠ; ଚତୁର୍ଥ ତମ—

ବିଂଶତିତମ ମ—ଦଶମ; ପଞ୍ଚମ; ପ୍ରଥମ; ସପ୍ତମ ଅ—ଏକାଦଶ ୧୮: ପ୍ରକାରାର୍ଥର୍ ଧା—ବହୁଧା; ଶତଧା ୧୯: ଅବୟବାର୍ଥରେ ତୟ—ତ୍ରିତୟ; ଚତୁଷ୍ଟୟ ୨ ପରିମାଣ ଅର୍ଥରେ ମାତ୍ର—କିଞ୍ଛିନ୍ନାତ୍ର; ତନ୍ନାତ୍ର; କ୍ଷଣମାତ୍ର ୨୧: ପ୍ରକାର ଅର୍ଥେରେ ଥା—ସର୍ବଥା; ଅନ୍ୟଥା; ଧା—ଦ୍ୱିଧା; ବହୁଧା; ଶତଧା ୨୨: କାଳାଧିକରଣରେ ଦା—ଏକଦା; ସର୍ବଦା ୨୩: ଉତ୍ପନ୍ନ ଅର୍ଥରେ ତ୍ୟ—ଅତ୍ରତ୍ୟ; ତତ୍ରତ୍ୟ ତନ—ଅଦ୍ୟତନ; ଅଧସ୍ତନ; ଊର୍ଦ୍ଧ୍ୱତନ ମ—ଆଦିମ; ମଧ୍ୟମ 

ଏମାନ ସଂସ୍କୃତ ପ୍ରତ୍ୟୟ; ଭାଷାରେ ମଧ୍ୟ କେତେଗୁଡ଼ିଏ ପ୍ରତ୍ୟୟ ଦେଖାଯାଏ ଯଥା—ଈ—କଟକୀ; ଦକ୍ଷିଣୀ ଇଆ ବା ଇୟା—କଟକିଆ; ମାହାନ୍ତିୟା; ଦକ୍ଷିଣିଆ ଉଆ—ହାଟୁଆ; ନାଟୁଆ; ବାଟୁଆ; ମଦୁଆ ଆ—ହଗା ଉରା—ହଗୁରା; ମୂତୁରା; ଦାନ୍ତୁରା ପଣ, ପଣିଆଁ—ଦୁଷ୍ଟପଣ; ଶିଷ୍ଟପଣିଆଁ ଗିରି—ବାବୁଗିରି; ଉଟୀ, ଟିୟା—ଖରୋଟି; ଦରୋଟି; କଷାଟିୟା କ—କର୍ଷକ; ଟୋପାକ ଏ—ମାସେ; ଦିନେ; ଠିଁ ଠାଁଇ—ସେଠି; ଏଠାଇଁ ଠୁଁ, ଠାଉଁ—ତାଠୁଁ; କାହାଠାଉଁ ଠିକି, ଠାକୁ—ସେଠିକି; ମୋଠାକୁ ଥିରେ—ସେଥିରେ ଥିକି, ଥିକୁ—ଯୁଥିକି; ଏଥିକୁ]