ତନ୍ତ୍ର

ଉଇକିଅଭିଧାନ‌ରୁ

ତନ୍ତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତନ୍ ଧାତୁ= ବିସ୍ତାର କରିବା+ କର୍ତ୍ତୃ. ତ୍ର ଯେଉଁ ଶକ୍ତିଦ୍ୱାରା ଶିବ ଓ ଶକ୍ତିଙ୍କ ଉପାସନା ବିସ୍ତାର କରା ଯାଇଅଛି)[ସମ୍ପାଦନା]

୧. ଶିବୋକ୍ତ ଶାସ୍ତ୍ରବିଶେଷ; ଶିବ ଓ ଶକ୍ତିଙ୍କର ପୂଜା ବା ଉପାସନା ବିଷୟକ ଶାସ୍ତ୍ର — ୧. A class of Hindu scriptures composed and delivered by Ṡiba; a code of religious rites observed in the worship of Ṡiba and Durgā.
୨. ତନ୍ତ —୨. A loom.
୩. ସୂତ୍ର; ସୂତା —୩. Thread.
୪. ମୀମାଂସା; ସିଦ୍ଧାନ୍ତ; ବେଦର ଶାଖାବିଶେଷ — ୪. A part of the Vedas.
୫. ଔଷଧ —୫. Medicine; drug.
୬. କାରଣ; ହେତୁ; ମୂଳ —୬. Cause; origin.
୭. ଉପାୟ; କୌଶଳ —୭. Means or contrivance used for attaining an object; contrivance.
୮. ପରିଚ୍ଛଦ; ବସ୍ତ୍ର; ଲୁଗା — ୮. Raiment; dress; vesture; clothing; clothes.
୯. ଝାଡ଼ିବା ମନ୍ତ୍ର; ମନ୍ତ୍ରଯନ୍ତ୍ର; ଅନ୍ୟ ବ୍ୟକ୍ତିଙ୍କ ପ୍ରତି ମାରଣ, ବଶୀକରଣ, ସ୍ତମ୍ଭନ, ମୋ ହନ, ଉଚ୍ଚାଟନାଦି ପ୍ରୟୋଗବିଧି — ୯. Incantation; spell; charm.
୧. ରାଜ୍ୟଶାସନନୀତି; ଶାସନତନ୍ତ୍ର — ୧୦. Administration; mode of government.

[ଦ୍ରଷ୍ଟବ୍ୟ —ଶାସନତନ୍ତ୍ର ବହୁବିଧ; ଯଥା—(କ)—ସାଧାରଣ ତନ୍ତ୍ର ବା ପ୍ରଜାତନ୍ତ୍ର —(a) Democracy; republic. (ଖ)—ସ୍ୱାଧୀନ— ତନ୍ତ୍ର —(b) Self-government. (ଗ)—ଆମଲାତନ୍ତ୍ର — (c) Beaureocracy.(ଘ)—ଅଳ୍ପସଂଖ୍ୟକ ଲୋକଙ୍କଦ୍ୱାରା ରାଜ୍ୟ ଶାସନ —(d) Oligarchy. (ଙ)—ରାଜତନ୍ତ୍ର —(e) Monarchy. (ଚ)—ଯଥେଚ୍ଛାଚାର ରାଜତନ୍ତ୍ର —(f) Despotism.


୧୧. ରାଜସମଭିବ୍ୟାହାରୀ ଲୋକ; ସୈନ୍ୟ; ରାଜନୁଚର — ୧୧. The retinue of a king; king's attendants.
୧୨. ରାଜ୍ୟ —୧୨. Kingdom.
୧୩. ସମୂହ —୧୩. Multitude; collection;
୧୪. ଅଧୀନତା; ପରନିର୍ଭରତା —୧୪. Subservience; dependence.
୧୫. ବୀଣା ଆଦି ବାଦ୍ୟର ଚର୍ମନିର୍ମିତ ସୂଷ୍ମ ସୂତ୍ର — ୧୫. String of musical instruments.
୧୬. ଉଦ୍ଦେଶ୍ୟ; ମତ —୧୬. Aim; object; opinion.
୧୭. ସମ୍ପ୍ରଦାୟ; ଦଳ —୧୭. Sect.
୧୮. କୁଳ —୧୮. Family.
୧୯. ପୂଜାବିଧି; କର୍ମକାଣ୍ଡ ପଦ୍ଧତି —୧୯. Ritual.
୨. ପରିଚ୍ଛେଦ —୨୦. Chapter.
୨୧. ପ୍ରବନ୍ଧ —୨୧. Connected narrative.
୨୨. ପ୍ରାଧାନ୍ୟ —୨୨. Superiority.
୨୩. ସ୍ୱରାଜ୍ୟ ଚିନ୍ତା —୨୩. Pondering over one's own kingdom.
୨୪. ବିଧାନ; ବିଧି —୨୪. System; regulations.
୨୫. ଅନ୍ତର୍ନିହିତ ନିୟମ —୨୫. Underlying principle.
୨୬. ସୈନ୍ୟ —୨୬. Army.
୨୭. ତନ୍ତି; ଯେ ଲୁଗା ବୁଣେ (ପ୍ରକୃତିବାଦ) — ୨୭. Weaver.
୨୮. ବସ୍ତ୍ରବୟନସାମଗ୍ରୀ —୨୮. Materials for weaving cloth.
୨୯. ଆହ୍ଲାଦ; ଆନନ୍ଦ; ପ୍ରସନ୍ନତା —୨୮. Joy; delight; pleasure.
୩. କୁଟୁମ୍ୱ ଭରଣ ପୋଷଣାଦି କର୍ମ —୩୦. Maintenance of one's family.
୩୧. ନିଶ୍ଚିତ ସିଦ୍ଧାନ୍ତ (ହିନ୍ଦୀ - ଶବ୍ଦସାଗର) — ୩୧. Decision.
୩୨. ପ୍ରମାଣ —୩୨. Evidence.
୩୩. କାର୍ଯ୍ୟ; କର୍ମ —୩୩. Act; deed; effect.
୩୪. ରାଜକର୍ମଚାରିଗଣ (ହିନ୍ଦୀ - ଶବ୍ଦସାଗର) —୩୪. Government officials; bureaucracy.
୩୫. ଅଧିକାର—(ହିନ୍ଦୀ - ଶବ୍ଦସାଗର) —୩୫. Authority; jurisdiction.
୩୬. ପଦ; କାର୍ଯ୍ୟ କରିବାର ସ୍ଥାନ; କର୍ମକ୍ଷେତ୍ର — ୩୬. Post; field of action.
୩୭. ଶ୍ରେଣୀ; ବର୍ଗ; କୋଟି (ହିନ୍ଦୀ - ଶବ୍ଦସାଗର) — ୩୭. Class; genus.
୩୮. ଶପଥ—(ହିନ୍ଦୀ - ଶବ୍ଦସାଗର) —୩୮. Oath.

[ଦ୍ରଷ୍ଟବ୍ୟ —ସର୍ବସୁଦ୍ଧା ୧୯୨: ଖଣ୍ଡ ତନ୍ତ୍ର ଶାସ୍ତ୍ର ଅଛି ତହିଁ ମଧ୍ୟରୁ ୬୪: ଖଣ୍ଡ ବଙ୍ଗଦେଶରେ ସଂଗୃହୀତ ହୋଇଅଛି; ୬୪: ଖଣ୍ଡ ନେପାଳ, ମିଥିଳା ଆଦି ଦେଶରେ ପ୍ରଚଳିତ ଏବଂ ୬୪: ଖଣ୍ଡ ଅନ୍ୟତ୍ର ପ୍ରଚଳିତ

ତନ୍ତ୍ର ଶାସ୍ତ୍ରରେ ବିପ୍ରସଂସ୍ଥାନ, ଭୂତସଂସ୍ଥାନ, ପୂରାଣାଖ୍ୟାନ, କୋଷ— କଥନ, ବ୍ରତବର୍ଣ୍ଣନ, ଶୌଚାଶୌଚ ବିଚାର, ନରକ ବର୍ଣ୍ଣନ, ଓ ହରଚକ୍ର ବର୍ଣ୍ଣିତ ହୋଇଅଛି ବୈଦିକ ଯୁଗରେ ଏହା ନ ଥିଲା ଏବଂ ଏହା ପୌରାଣିକ ଯୁଗରେ (ଅନ୍ତତଃ ଖ୍ରୀଷ୍ଟୀୟ ୪ର୍ଥ ବା ୫ମ ଶତାବ୍ଦି ପରେ) ପ୍ରଚଳିତ ହୋଇଥିଲା ତନ୍ତ୍ର ନାମରେ ହିନ୍ଦୁ ଧର୍ମରେ ଅନେକଗୁଡ଼ିଏ ଅଲୈକିକ କ୍ରିୟା ପ୍ରଚଳିତ ହୋଇଅଛି ଏଥିରେ ଚିକିତ୍ସା, ଯୋଗସାଧନା, ବାୟୁସାଧନା, ଶରୀର ମଧ୍ୟସ୍ଥ ଚକ୍ର ନିରୂପଣ, ମାରଣ, ବଂଶୀକରଣ, ସ୍ତମ୍ଭନ, ମୋହନ, ଉଚ୍ଚାଟନ ଆଦି ପ୍ରୟୋଗ, ଶିବ ଓ ଦୁର୍ଗାଙ୍କୁ ପୂଜା କରିବାର ନାନାବିଧକ୍ରିୟା ଓ ପଞ୍ଚ ମକାର, ବାମାଚାର, କାମଶାସ୍ତ୍ର, ଭୌତିକ ବିଦ୍ୟା, ଅଲୌକିକ କ୍ଷମତା ସାଧନ ଆଦି ବର୍ଣ୍ଣିତ ହୋଇଅଛି ଏମନ୍ତ କି, ତନ୍ତ୍ର ନାମରେ ବିବିଧ ଇନ୍ଦ୍ରିୟପରାୟଣ କର୍ମ ଓ ଅମେଧ୍ୟ ଭୋଜନ ମଧ୍ୟ କରାଯାଏ ତାନ୍ତ୍ରିକମାନେ ଅଲୌକିକ କ୍ଷମତା ଓ ସିଦ୍ଧି ମଧ୍ୟ ଦେଖାଇ ଥାଆନ୍ତି

ତନ୍ତ୍ର ୩ ଭାଗରେ ବିଭକ୍ତ—୧. ଆଗମ, ୨ ଯାମଳ ଓ ୩ ମୁଖ୍ୟତନ୍ତ୍ର ଆଗମରେ ସୃଷ୍ଟି, ପ୍ରଳୟ, ଦେବପୂଜା ଓ ସବୁ କାର୍ଯ୍ୟରେ ସାଧନ, ପୁରଶ୍ଚରଣ, ଷଟକର୍ମ ସାଧନ ଓ ୪ ପ୍ରକାର ଧ୍ୟାନଯୋଗ ବର୍ଣ୍ଣିତ ହୋଇଅଛି ଯାମଳରେ ସୃଷ୍ଟିତତ୍ତ୍ୱ, ଜ୍ୟୋତିଷ, ନିତ୍ୟକୃତ୍ୟ, କ୍ରମ, ସୂତ୍ର, ବର୍ଣ୍ଣଭେଦ ଓ ଯୁଗଧର୍ମ ବର୍ଣ୍ଣିତ ହୋଇଅଛି ମୁଖ୍ୟ— ତନ୍ତ୍ରରେ ସୃଷ୍ଟି, ଲୟ, ମନ୍ତ୍ରନିର୍ଣ୍ଣୟ, ଦେବତାମାନଙ୍କ ସଂସ୍ଥାନ, ଯନ୍ତ୍ର ନିର୍ଣ୍ଣୟ, ତୀର୍ଥ, ଆଶ୍ରମ ଧର୍ମ, କଳ୍ପ, ଜ୍ୟୋତିଷସଂସ୍ଥାନ, ବ୍ରତକଥା, ଶୌଚ, ଅଶୌଚ, ସ୍ତ୍ରୀ ପୁରୁଷ ଲକ୍ଷଣ, ରାଜଧର୍ମ, ଦାନଧର୍ମ, ଯୁଗଧର୍ମ, ବ୍ୟବହାର ଓ ଆଧ୍ୟାତ୍ମିକ ବିଷୟମାନ ବର୍ଣ୍ଣିତ ହୋଇଅଛି ତନ୍ତ୍ରର ସିଦ୍ଧାନ୍ତ ଏହି କି କଳିଯୁଗରେ ବୈଦିକମନ୍ତ୍ରଜପ, ତପସ୍ୟା ଓ ଯଜ୍ଞ ଆଦିର କିଛି ଫଳ ନାହିଁ, କିନ୍ତୁ କାର୍ଯ୍ୟର ସିଦ୍ଧିଲାଭ ପାଇଁ ତନ୍ତ୍ର— ଶାସ୍ତ୍ରବର୍ଣ୍ଣିତ ମନ୍ତ୍ର ଓ ଉପାୟ ଅବଲମ୍ୱନ କରିବା କର୍ତ୍ତବ୍ୟ ତନ୍ତ୍ରର ସିଦ୍ଧାନ୍ତ ଗୁପ୍ତ ରଖାଯାଏ ଓ ଏହା ଶିକ୍ଷା କରିବା ପାଇଁ ମନୁଷ୍ୟକୁ ଦୀକ୍ଷା ନେବାକୁ ପଡ଼େ ଆଜିକାଲି ମାରଣା, ଉଚ୍ଚାଟନ, ବଂଶୀକରଣ ଆଦି ନାନାପ୍ରକାରର ସିଦ୍ଧିର ସାଧନ ପାଇଁ ତାନ୍ତ୍ରିକ ମନ୍ତ୍ର ଅର୍ଥହୀନ ଓ କ୍ରୟା କରାଯିବାର ଦେଖାଯାଏ ତନ୍ତ୍ର ବିଧିରେ ପ୍ରଧାନତଃ ଶାକ୍ତମାନେ ଉପାସନା କରନ୍ତି ତନ୍ତ୍ରୋକ୍ତ ଅଧିକାଂଶ ମନ୍ତ୍ର ଅର୍ଥହୀନ ଓ ଏକାକ୍ଷରୀ ଯଥା—କ୍ଳୀଂ, ହ୍ଳୀଂ, ଶ୍ରୀଂ, ଐଂ, ହ୍ରୀଂ, ଘ୍ରୀ, ଇଂ, ଦୁଂ ତାନ୍ତ୍ରିକମାନେ ସବୁ ଦେବତାଙ୍କୁ ପୂଜା କରନ୍ତି, କିନ୍ତୁ ସେମାନଙ୍କ ପୂଜାବିଧି ବୈଦିକ ବିଧିଠାରୁ ଭିନ୍ନ ତାନ୍ତ୍ରିକମାନଙ୍କର ପୂଜା ଓ ବିଶେଷତଃ ଚକ୍ରପୂଜାରେ ମତ୍ସ୍ୟ, ମାଂସ, ମୈଥୁନ, ମଦ୍ୟ ଓ ମୁଦ୍ରା ନାମକ ପଞ୍ଚ ମକାରର ବ୍ୟବହାର କରାଯାଏ କଥିତ ଅଛି ଯେ ତାନ୍ତ୍ରିକମାନେ ଡମୁଣା

ଧୋବଣୀ ଆଦି ସ୍ତ୍ରୀମାନଙ୍କୁ ଉଲ୍ଲଗ୍ନ କରି ପୂଜା କରନ୍ତି ହିନ୍ଦୁମାନଙ୍କ ଦେଖାଦେଖି ବୌଦ୍ଧମାନଙ୍କ ମଧ୍ୟରେ ମଧ୍ୟ ତନ୍ତ୍ରର ପ୍ରଚାର ହେଲା ଓ ବୌଦ୍ଧମାନଙ୍କର ଅନେକ ତନ୍ତ୍ର ଗ୍ରନ୍ଥ ଅଛି ଏ ଗ୍ରନ୍ଥମାନଙ୍କର ପ୍ରଚାର ଚୀନ, ତିବ୍ୱତ ଓ ନେପାଳରେ ଅଛି ବାରହୀ ତନ୍ତ୍ରରେ ଲେଖା ଅଛି ଯେ ଜୈମିନି, କପିଳ, ନାରଦ, ଗର୍ଗ, ଭୃଗୁ, ଶୁତ୍ର, ବୃହସ୍ପତି ଆଦି ଋଷିମାନେ କେତେକ ଉପତନ୍ତ୍ର ରଚନା କରିଥିଲେ— ହିନ୍ଦୀ - ଶବ୍ଦସାଗର] 

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଶାସିତ —୧. Administered.
୨. ଅଧୀନ; ଆୟତ୍ତ — ୨. Subservient; subordinate; dependent.