ତପସ୍ୱିନୀ

ଉଇକିଅଭିଧାନ‌ରୁ

ତପସ୍ୱିନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତପସ୍ୱିନ୍+ସ୍ତ୍ରୀ. ଈ. ତପସ୍ୱୀର ସ୍ତ୍ରୀଲିଙ୍ଗ)[ସମ୍ପାଦନା]

୧. ତପସ୍ୟାକାରିଣୀ ସ୍ତ୍ରୀ; ତପଶ୍ଚାରିଣୀ — ୧. A female ascetic.
୨. ଜଟାମାଂସୀ (ଦେଖ) - — ୨. Jaṭāmāṁsī (See).

ଇନ୍ଦ୍ର ତପସ୍ୱିନୀ ଘେନି ବହୁ ନେତ୍ର ଶୋଭା ହୋଇଥିଲା ଏଥିରେ ଉପେନ୍ଦ୍ରଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୩. ତପସ୍ୱୀର ସ୍ତ୍ରୀ; ଋଷିପତ୍ନୀ —୩. Wife of a sage.
୪. ପତିବ୍ରତା ବା ସାଧ୍ୱୀ ସ୍ତ୍ରୀ — ୪. A chaste and virtuous woman.
୫. କଟୁକୀ; କଟୁକା (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୫. Kaṭukā (See)
୬. ସ୍ୱାମୀଙ୍କ ମୃତ୍ୟୁ ପରେ ଯେଉଁ ସ୍ତ୍ରୀ ସହମୃତା ନ ହୋଇ ସନ୍ତାନ ପାଳନ କରିବା ପାଇଁ ବଞ୍ଚି ରହେ ଓ କଷ୍ଟରେ ଜୀବନ ଯାପନ କରେ—(ହିନ୍ଦୀ - ଶବ୍ଦସାଗର) — ୬. A widow who does not immolate
herself on the funeral pyre of her husband but lives to tend her child and passes her days in austerities.

୭. ବଡ଼ ଗୋରଖମୁଣ୍ଡୀ (ଦେଖ) - (ହିନ୍ଦୀ - ଶବ୍ଦସାଗର୍) — ୭. A large species of Gorakhamuṇḍī (See).