Jump to content

ତମ

ଉଇକିଅଭିଧାନ‌ରୁ

ତମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ତମ୍ ଧାତୁ=ଖେଦ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ରାହୁ —୧. The planet Rāhu; the Ascending Node (in Hindu astronomy).

ଧବଳ କରର କବଳ ତମ ଭଞ୍ଜ. ପ୍ରେମସୁଧାନିଧି

[ଦ୍ରଷ୍ଟବ୍ୟ —ରାହୁର କାନ୍ତି ତମୋମୟ ବା ଅନ୍ଧକାରମୟ ହୋଇ— ଥିବାରୁ ତାହାର ଏପରି ନାମ ହୋଇଅଛି]

୨. (+କରଣ. ଅ) ଅନ୍ଧକାର — ୨. Darkness; gloom.


୩. ଗୋଡ଼ର ଅଗ; ଅଗଗୋଡ଼ — ୩. The tip of the foot (Apte).

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତମଃ)[ସମ୍ପାଦନା]

କ୍ରୋଧ; ରାଗ —Anger.

ପୁତ୍ର ନ ପଢ଼ି ଗଲେ ତମ ଭୁପତି. ପ୍ରମପଞ୍ଚାମୃତ

ଦେଶଜ - ବିଶେଷଣ -[ସମ୍ପାଦନା]

୧. କ୍ରୋଧୀ —୧. Angry.
୨. ମତ୍ତ —୨. Maddened.

କାମେ ତମ ହୋଇ ହିଂସା କରନ୍ତି—ପ୍ରାଚୀ. ପରଚେଗୀତା

ଗ୍ରାମ୍ୟ - ସର୍ବ[ସମ୍ପାଦନା]

ତୁମ୍ଭ; ତୁମ୍ଭର —Your.

ସଂସ୍କୃତ - ପ୍ରତ୍ୟୟ[ସମ୍ପାଦନା]

୧. ତିନି ବା ତତୋଽଧିକ ବ୍ୟକ୍ତି ବା ବସ୍ତୁ ମଧ୍ୟରେ ଆଧିକ୍ୟ ବା ନ୍ୟୁନତା ଅର୍ଥରେ ବିଶେଷଣ ଶବ୍ଦରୁ ଉତ୍ତର ହେବା ପ୍ରତ୍ୟୟବିଶେଷ —୧. A superlative suffix added to adjectives like 'est', as in 'biggest and largest'.

(ଯଥା—ବୃହତ୍ତମ; କ୍ଷୁଦ୍ରତମ)

୨. ବହୁ ମଧ୍ୟରେ ଏକକୁ ନିର୍ଦ୍ଦେଶ କରିବା ପାଇଁ କିମ୍, ତଦ୍ ଓ ଯଦ୍ ସର୍ବନାମ ପରେ ବ୍ୟବହୃତ ପ୍ରତ୍ୟୟ (ଏଥିରୁ ନିଷ୍ପନ୍ନ ପଦ କତମ, ତତମ, ଯତମ) — ୨. A suffix to denote one of many.