ତମାଦି ଦୋଷରେ ବାରିତ

ଉଇକିଅଭିଧାନ‌ରୁ

ତମାଦି ଦୋଷରେ ବାରିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷଣ - (କଚିରିଆ ଭାଷା)[ସମ୍ପାଦନା]

୧. ତମାଦି ଆଇନ୍ ଅନୁସାରେ ନିର୍ଦ୍ଧାରିତ ଉପଯୁକ୍ତ ସମୟ ମଧ୍ୟରେ ଦାଏର୍ କରା ଯାଇ ନ ଥିବା ଯୋଗୁଁ ଉକ୍ତ ତ୍ରୁଟୀ ଯୋଗୁଁ ନାମଞ୍ଜୁର ହେବା ଯୋଗ୍ୟ (ଦାବୀ ବା ମକଦ୍ଦମା ବା ଦରଖାସ୍ତ ଆଦି) —୧. (a claim or case or petition) Barred by time.
୨. ତମାଦି ଆଇନରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅସୁଲ କରା ଯାଇ ନ ଥିବାରୂପ ଯେଉଁ ଦୋଷ ହେତୁ ଉକ୍ତ ତମସୁକ ବା ଋଣପତ୍ର ସମ୍ୱନ୍ଧେ ଅଦାଲତରେ ମକଦ୍ଦମା କଲେ ମକଦ୍ଦମା ଡିସ୍ମିସ୍ ହୁଏ —୨. (bond or handnote) Time-barred.

[ଦ୍ରଷ୍ଟବ୍ୟ —ହାଣ୍ଡନୋଟ୍ ବା ସାଧାରଣ ତମସୁକର ସମ୍ପାଦନ ତାରିଖ ଠାରୁ ୩ ବର୍ଷ ମଧ୍ୟରେ, କିମ୍ୱା ଖାତକ କିଛି ଟଙ୍କା ସୁଝି ଦଲିଲରେ ଅସୁଲ ପ୍ରସଙ୍ଗ ଲେଖି ଦସ୍ତଖତ୍ କରିଥିଲେ ଅସୁଲ ତାରିଖରୁ ୩ ବର୍ଷ ମଧ୍ୟରେ ଉକ୍ତ ଦଲିଲ ବାବତ୍ ପ୍ରାପ୍ୟ ପାଇଁ ନାଲିସ ଦାଏର୍ ନ ହେଲେ ଉକ୍ତ ଦଲିଲ ତମାଦିଦୋଷରେ ବାରିତ ହୁଏ ରେଜିଷ୍ଟରି ତମସୁକ, ରହଣବନ୍ଧକ ତମସୁକ ପାଇଁ ନିର୍ଦ୍ଧାରିତ ମିଆଦ ପୃଥକ୍; ଏହିପରି ଖଜଣା ନାଲିସ, ଚୁକ୍ତିଭଙ୍ଗ ମକଦମା, ଖେସରା ମକଦମା, ସ୍ୱତ୍ୱରୁ ବେଦଖଲ ହେଲେ ଦଖଲ ପାଇବା ପାଇଁ ମକଦମା, ଅପିଲ ମକଦମା ଆଦି ପାଇଁ ଭିନ୍ନ ଭିନ୍ନ ନିର୍ଦ୍ଦିଷ୍ଟ ସମୟ ଅଛି ଉକ୍ତ ସମୟ ଟପିଯିବା ପରେ କୌଣସି ପ୍ରତୀକାର ମିଳେ ନାହିଁ]