Jump to content

ତର

ଉଇକିଅଭିଧାନ‌ରୁ

ତର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାର ହେବା+ଭାବ. ଅ)[ସମ୍ପାଦନା]

୧. ସନ୍ତରଣ —୧. Swimming.
୨. ଅତିକ୍ରମଣ; ପାରିହେବା —୨. Crossing.
୩. ଗତି —୩. Motion.

ଏବେ ଚାହିଁବ ଯେବେ ବୁଝଟିତାର—ଭଞ୍ଜ ପ୍ରେମସୁଧାନିଧି

୪. (+ଅଧିକରଣ. ଅ) ପଥ —୪. Path; road; way.
୫. ଆଘାତ —୫. Striking; stroke.
୬. (+କରଣ. ଅ) ଘାଟ—ପାରି ମାହାସୁଲ; ନଈ ଆଦି ପାରି ହେବା ସକାଶେ ଘାଟବାଲାକୁ ଦେବା ଶୁଳ୍କ — ୬. Toll paid for being taken across a ferry.
୭. ନଈ ପାରି କରିବା ନୌକା —୭. A ferry-boat.
୮. ପାର ଉତାର କରିବା କର୍ମ —୮. Ferrying across.
୯. ଅଗ୍ନି (ହିନ୍ଦୀ - ଶବ୍ଦସାଗର) —୯. Fire.
୧. ବୃକ୍ଷ (ହିନ୍ଦୀ - ଶବ୍ଦସାଗର) —୧୦. Tree.

ସଂସ୍କୃତ - ବିଶେଷଣ - (+କର୍ତ୍ତୃ. ଅ)[ସମ୍ପାଦନା]

ପାରଗାମୀ —Having crossed a river or water.

ସଂସ୍କୃତ - ପ୍ରତ୍ୟୟ[ସମ୍ପାଦନା]

୧. ଦୁଇ ବ୍ୟକ୍ତି ବା ବସ୍ତୁ ମଧ୍ୟରେ ଉତ୍କର୍ଷ ବା ଅପକର୍ଷସୂଚକ ପ୍ରତ୍ୟୟବିଶେଷ —୧. Comparative suffix added to adjectives like 'er' as in 'smaller' and 'greater'.

[ଯଥା—ଗୁରୁତର; କ୍ଷୁଦ୍ରତର]

[ଦ୍ରଷ୍ଟବ୍ୟ —ଗୁଣବାଚକ ବିଶେଷଣ ପଦର ଉତ୍ତର ଏହି ପ୍ରତ୍ୟୟ ହୁଏ]

୨. ଦୁଇ ବସ୍ତୁ ମଧ୍ୟରୁ ଏକକୁ ନିର୍ଦ୍ଦେଶ କରିବାପାଇଁ କିମ୍, ତଦ୍ ଓ ଯଦ୍ ଶବ୍ଦ ସଙ୍ଗେ ବ୍ୟବହୃତ ପ୍ରତ୍ୟୟ — ୧. A suffix indicating one of the two.

[ଦ୍ରଷ୍ଟବ୍ୟ —ଏଥିରେ ନିଷ୍ପନ୍ନ ପଦ କତର, ତତର, ଯତର—ଆପ୍ତେ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଛଳନା —୧. Feigning; excuse; pretence.

[ଯଥା—ପିଲା ଚାହାଳିକୁ ନ ଯିବା ପାଇଁ ତର କାଢ଼ୁଛି]

୨. ସୁଯୋଗ; ସୁବିଧା —୨. Opportunity.
୩. ବିଳମ୍ୱ —୩. Delay.

[ଯଥା—ଭାତ ଗଳା ହେବା ଯାଏ ମୋର ତର ସହିଲା ନାହିଁ]

୪. ଅବକାଶ; ଫୁର୍ସେତ୍ —୪. Leisure.

ତୋତେ ନିମିଷେ ନାହିଁ ତର—ପ୍ରାଚୀ ନିର୍ଗୁଣ ମାହାତ୍ମ୍ୟ

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

(ସ୍ୱତ୍ୱର) ଚଞ୍ଚଳ; ଶୀଘ୍ର; ତ୍ୱରିତ — Swiftly; hurriedly.

ବୃଷଭାସନେ ବୃଷ ଭାଷଣେ ଅତି ତର—ଭଞ୍ଜ. ବୈଦେହୀଶବିଳାସ

ପ୍ରାଦେଶିକ - (ବାଲେଶ୍ୱର) ସର୍ବନାମ[ସମ୍ପାଦନା]

ତୋର; ତୋହୋର — Your; yours.