ତଲାକ୍

ଉଇକିଅଭିଧାନ‌ରୁ

ତଲାକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ତଲ୍ଲାକ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]

ମୁସଲମାନ୍ ସ୍ୱାମୀଦ୍ୱାରା ଆପଣା ସ୍ତ୍ରୀର ବିବାହବନ୍ଧନଛେଦନ; ସ୍ୱାମୀଦ୍ୱାରା ପତ୍ନୀତ୍ୟାଗ — Dissolution of the marriage-tie by the husband by the utterance of the word 'Talāk' (amongst the Mahomedans).

[ଦ୍ରଷ୍ଟବ୍ୟ —ମୁସଲମାନ୍ଙ୍କ କୋରାନ ଅନୁସାରେ ସ୍ୱାମୀ ଆପଣା ସ୍ତ୍ରୀ ସହିତ ବିବାହ ବନ୍ଧନ ଛେଦନ କରିବାକୁ ବସିଲେ ସ୍ତ୍ରୀର ଆଗରେ ୩ ଥର 'ତଲାକ୍' (ମୁଁ ତତେ ତ୍ୟାଗ କଲି) ଏହି ଶବ୍ଦ ଉଚ୍ଚାରଣ କରି ଦେଲେ ବିବାହ ବନ୍ଧନ ଛିନ୍ନ ହେଲା ତଲାକ୍ ଦେବା ସମୟରେ ସ୍ୱାମୀ ବିବାହକାଳୀନ ନିର୍ଦ୍ଦିଷ୍ଟ ଦେନ୍ମେହେର୍ (ଜୌତୁକ ଧନ) ସ୍ତ୍ରୀ ହସ୍ତରେ ଦେବାକୁ ବାଧ୍ୟ ସ୍ତ୍ରୀ ଏହି 'ତଲାକ୍' ପରେ ଗର୍ଭବତୀ ହୋଇଅଛି କି ନାହିଁ ଏହା ଜାଣିବା ନିମନ୍ତେ ସ୍ତ୍ରୀ କିଛି ସମୟ ଅପେକ୍ଷା କରି ସାରିବା ପରେ ଅନ୍ୟ ସ୍ୱାମୀ ଗ୍ରହଣ କରି ପାର୍ତି ୨ୟ ସ୍ୱାମୀ 'ତଲାକ୍' ନ ଦେବା ପର୍ଯ୍ୟନ୍ତ ୧ମ ସ୍ୱାମୀ ଇଛା କଲେ ମଧ୍ୟ ଏହି ପରିତ୍ୟକ୍ତା ସ୍ତ୍ରୀଙ୍କୁ ପୁନରାୟ ବିବାହ କରି ପାରିବେ ନାହିଁ

ମୁସଲମାନ୍ ଆଇନ ଅନୁସାରେ ସ୍ୱାମୀ ଥଟ୍ଟାରେ ସୁଦ୍ଧା 'ତଲାକ୍' ଉଚ୍ଚାରଣ କରି ସାରିବା ପରେ ବିବାହବନ୍ଧନ ଛିନ୍ନ ହୋଇଯାଏ ଓ ସ୍ୱାମୀ ଉକ୍ତ କଥା ପ୍ରତ୍ୟାହାର କରି ପାରିବେ ନାହିଁ]